ଶ୍ରୀମନ୍ଦିର ପ୍ରଶାସନର ଚୂଡାନ୍ତ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ

ଶ୍ରୀମନ୍ଦିର ପ୍ରଶାସନର ଚୂଡାନ୍ତ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ

ପୁରୀ :  ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବୈଠକ ବସିଛି । ନିର୍ଭୁଲ ଓ ତ୍ରୁଟିଶୂନ୍ୟ ପଞ୍ଜିକା ଗଣନା ପାଇଁ ବୈଠକରେ ଆଲୋଚନା କରାଯିବ । ଗତ ମାସ ୨୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ ଜଣ ପଞ୍ଜିକାରଙ୍କୁ ଡକାଯାଇଥିଲା ମଧ୍ୟ ୫ ଜଣ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥିଲେ ।  ଆସନ୍ତା ଓଡ଼ିଆ ବର୍ଷ (ବୈଶାଖ ଠାରୁ ଚୈତ୍ର) ପର୍ଯ୍ୟନ୍ତ ନିର୍ଭୁଲ ପାଞ୍ଜି ପ୍ରକାଶନ ନିମନ୍ତେ ଏଠାରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧିତ ଖବର ପୁରୀରେ ରାଷ୍ଟ୍ରପତି,ଶ୍ଵେତଗଙ୍ଗାରେ ପିତୃପୁରୁଷଙ୍କ ପିଣ୍ଡଦାନ

ଅନ୍ୟପଟେ ଓଡ଼ିଶାର ସମସ୍ତ ସ୍ଥାନରୁ ପ୍ରକାଶ ପାଉଥିବା ପାଞ୍ଜି ଗୁଡ଼ିକ ନିର୍ଭୁଲ ଓ ତ୍ରୁଟିଶୂନ୍ୟ କିଭଳି ହୋଇପାରିବ ଦୀର୍ଘ ବର୍ଷ ଧରି ଏହା ଉପରେ ତର୍କ ବିତର୍କ ଚାଲିଛି । ଆସନ୍ତା ଗଣେଶ ପୂଜା ଦିନ ଧାର୍ଯ୍ୟକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ଥିବାରୁ ଚୂଡ଼ାନ୍ତ ବୈଠକରେ ଏହାର ସମାଧାନ ହେବ । କିଛି ବର୍ଷ ହେବ ନିର୍ଭୁଲ ପାଞ୍ଜି ପ୍ରକାଶନକୁ ନେଇ ଦ୍ୱନ୍ଦ୍ୱ ଓ ବିବାଦ ସାଧାରଣ ଲୋକଙ୍କୁ ବିଭ୍ରାନ୍ତି କରୁଛି । ତେଣୁ ଶ୍ରୀମନ୍ଦିର ପ୍ରଶାସନ ଚଳିତ ବର୍ଷ ପାଞ୍ଜି ପ୍ରକାଶନ ସଂସ୍ଥାମାନଙ୍କୁ ନେଇ ତତ୍ପରତା ଦେଖାଇଛି । ରାଜ୍ୟରେ ପାଞ୍ଜି ବିକ୍ରି କରୁଥିବା ୮ ଅନୁଷ୍ଠାନ ମଧ୍ୟରୁ ୫ ଅନୁଷ୍ଠାନ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପାଣ୍ଡୁଲିପି ମଂଜୁରୀ ଆବେଦନ କରିଥିବା ବେଳେ ଅନ୍ୟ ୩ ସଂସ୍ଥାର ପାଞ୍ଜି ପ୍ରକାଶ ଉପରେ ଚର୍ଚ୍ଚା ହୋଇପାରେ ।

ସମ୍ବନ୍ଧିତ ଖବର ମହିଳା ଅତିରିକ୍ତ ତହସିଲଦାର ଙ୍କୁ ଅସଦାଚରଣ ଅଭିଯୋଗ,ବିଷ ପିଇଲେ ପିଇଓ

Tags: