ଠକେଇ ଅଭିଯୋଗରେ ମହିଳା ସ୍ବେଛାସେବୀ ଗିରଫ
By: Samaya Live News
ଭୁବନେଶ୍ୱର : ଚାକିରୀ ଦେବା ନାଁରେ ବନ୍ଧା ହେଲେ ମହିଳା । ସେ ନିଜକୁ ଜଣେ ସ୍ବେଛାସେବୀ ପରିଚୟ ଦେଇ ଚାକିରୀ କରାଇଦେବା ବାହାନାରେ ଜଣକ ଠାରୁ ଠକିଥିଲେ ୨୨ ଲକ୍ଷ ଟଙ୍କା । ତାଙ୍କ ନାଁ ସୁରେଶ୍ୱରୀ ଜେନା । ଘର କେଉଁଝରରେ । ତାଙ୍କ ନାଁରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି । ଲୋକଙ୍କ ଅଭିଯୋଗ ଆଧାରରେ ସମ୍ପୃକ୍ତ ମହିଳାଙ୍କୁ ବାନ୍ଧିଛି ଖଣ୍ଡଗିରି ପୋଲିସ । ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୋଲିସର ଏକ ଟିମ୍ କେନ୍ଦୁଝର ଯାଇ ଆନନ୍ଦପୁର ହାଟଡିହି ଗାଁରୁ ମହିଳାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ତେବେ ଗିରଫ ଭୟରେ ସୁରେଶ୍ୱରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଏନେଇ ଅଧିକ ଖୋଳତାଡ଼ ଜାରି ରଖିଛି ଖଣ୍ଡଗିରି ଥାନା ପୋଲିସ
ସମ୍ବନ୍ଧିତ ଖବର ଆଜିଠାରୁ ନୋଡାଲ ସ୍କୁଲକୁ ଯିବ ମାଟ୍ରିକ ପ୍ରଶ୍ନପତ୍ର
Tags:



