ଘର ଭିତରେ ବାଣ ବିସ୍ଫୋରଣ ଘଟି ବାପାଙ୍କ ମୃତ୍ୟୁ, ପୁଅ ସହ ୬ ଜଣ ଗୁରୁତର

ଘର ଭିତରେ ବାଣ ବିସ୍ଫୋରଣ ଘଟି ବାପାଙ୍କ ମୃତ୍ୟୁ, ପୁଅ ସହ ୬ ଜଣ ଗୁରୁତର
Samaya Live News Picture
Published On

ଜଗତସିଂପୁର : ବାଣ ଭିଡାବେଳେ ଅଘଟଣ । ବିସ୍ଫୋରଣ ଘଟି ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ଘଟିଥିବାବେଳେ ପୁଅ ସହ ଅନ୍ୟ ୬ଜଣ ପରିବାର ସଦସ୍ୟ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧିନ ଚାନ୍ଦପୁର ଗାଁରେ । ମୃତକ ହେଲେ ମନୋରଞ୍ଜନ ସ୍ୱାଇଁ । ଗୁରୁତର ଆହତଙ୍କ ମଧ୍ୟରେ ଅଛନ୍ତି ମୃତ ମନୋରଂଜନଙ୍କ ପୁଅ ସୌମ୍ୟ ସାହିଲ ସ୍ୱାଇଁ ଓ ତାଙ୍କ ଘରେ ଭଡା ରହୁଥିବା ଶିକ୍ଷକ ରାହୁଲରାଜ ମହନ୍ତ ଏବଂ ଅନ୍ୟ ୩ଜଣ । ଏମାନଙ୍କ ମଧ୍ୟରୁ ସୌମ୍ୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଜଗତସିଂହପୁରରୁ ଓ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଛି ସ୍ପଷ୍ଟ ହୋଇପାରିନି, ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Tags: