ସିରିଜ ଦୁର୍ଘଟଣାରେ ବାପା-ଝିଅଙ୍କ ମୃତ୍ୟୁ

ସିରିଜ ଦୁର୍ଘଟଣାରେ ବାପା-ଝିଅଙ୍କ ମୃତ୍ୟୁ
Samaya Live News Picture
Published On

ସମ୍ବଲପୁର : ଅଟୋ-ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ବାପା-ଝିଅଙ୍କ ମୃତ୍ୟୁ । ଗତ ରାତିରେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ଘଟିଛି ଦୁର୍ଘଟଣା । ମୃତକମାନେ ହେଲେ ସମ୍ବଲପୁର ଧନୁପାଲିର ୩୫ ବର୍ଷୀୟ ସୁରେନ୍ଦ୍ର ବେହେରା ଓ ତାଙ୍କ ୫ ବର୍ଷୀୟ ଝିଅ ଶୁଭଶ୍ରୀ ବେହେରା । ସୁରେନ୍ଦ୍ର ନିଜ ଅଟୋରେ ଝିଅକୁ ନେଇ ଘରକୁ ଫେରୁ ଥିଲେ । ଏହି ସମୟରେ ଶଙ୍କର ମଠ ପାଖରେ ଥିବା ରାସ୍ତା କଡ଼ ଏକ ଦୋକାନ ସାମ୍ନାରେ ଅଟୋ ଛିଡା କରିଥିଲେ । ଏହି ସମୟରେ ପଛ ପଟୁ ଏକ ସଫାରୀ ଗାଡିକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେବାରୁ ସଫାରୀ ଗାଡିଟି ଆସି ଅଟକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାପା ଓ ଝିଅ ଗୁରୁତର ଆହତ ହୋଇଥିଲେ । ଅଟୋକୁ ଧକ୍କା ଦେବା ପରେ ସଫାରୀ ଗାଡି ପୋଖରୀ ଭିତରକୁ ପଶି ଯାଇଛି । ଏହା ସହ ସଫାରୀ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ସୂଚନା ମିଳିଛି ।

ସେପଟେ ଆହତ ବାପା ଓ ଝିଅଙ୍କୁ ଉଦ୍ଧାର କରି ଦୁର୍ଘଟଣାସ୍ଥଳରେ ଥିବା ସାକ୍ଷୀ ଗୋପୀନାଥର ବିଜେପି ମଣ୍ଡଳ ସଭାପତି  ୧୦୮ଆମ୍ବୁଲାନ୍ସ ଯୋଗେ ବାପାଙ୍କୁ ଏବଂ ଗୁରୁତର ଆହତ ନାବାଳିକା ଶୁଭଶ୍ରୀଙ୍କୁ ନିଜ ବାଇକ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି କାଳିଆଙ୍କୁ ପ୍ରଥମେ ବୁର୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ତାଙ୍କର ମୃତ୍ଯୁ ଘଟିଛି। ଖବର ପାଇ ଧନୁପାଲି ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଦ୍ବୟକୁ ଜବତ କରି ବ୍ୟବଚେଦ ପାଇଁ ପଠାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।

Tags: