ଅନ୍ୟକୁ ବଞ୍ଚାଇବାକୁ ଯାଇ ପୁଅର ମୃତ୍ୟୁ ,ଆତ୍ମହତ୍ୟା କଲେ ବାପା

ଅନ୍ୟକୁ ବଞ୍ଚାଇବାକୁ ଯାଇ ପୁଅର ମୃତ୍ୟୁ ,ଆତ୍ମହତ୍ୟା କଲେ ବାପା
Samaya Live News Picture
Published On

ଯାଜପୁର : ଅନ୍ୟକୁ ବଂଚାଉ ବଂଚାଉ ନିଜେ ଚାଲି ଗଲେ । ଗୋଟିଏ ଗୋଇଠା ନେଇଗଲା ଯୁବକଙ୍କ ଜୀବନ । ପୁଅର ଅଚାନକ ମୃତ୍ୟୁ ଖବର ସହ୍ୟ କରି ନପାରି ଜୀବନ ହାରିଲେ ବାପା। ନିମିଷକେ ମଧ୍ୟରେ ଘରୁ ଉଠିଲା ଦୁଇ ଦୁଇଟି କୋକେଇ । ନିୟତିର ଖେଳ ଏତେ ଯେ କ୍ରୁର ହୋଇପାରେ ତାହା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମାନସୀପାଟଣା ଗାଁରେ । ବିଷ ଖାଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇଵାକୁ ଯାଇ ତାଙ୍କ ଗୋଇଠା ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେପଟେ ହସ୍ପିଟାଲ ରେ ମଧ୍ୟ ବିଷ ଖାଇଥିବା ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୋଟିଏ ରାତିରେ ତିନି ତିନିଟି ଅପମୃତ୍ୟୁ ଖବର କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । 

ଘଟନାନୁସାରେ, ମଙ୍ଗଳପୁର ବଜାର ରେ ଷ୍ଟୁଡିଓ କରିଥିବା ଷ୍ଟିମର ପଣ୍ଡାଙ୍କ(ସିଲୁ) ଙ୍କ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ ବିକି ବିଷପାନ କରିଥିଲେ। ତାଙ୍କୁ ମଙ୍ଗଳପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଷ୍ଟିମର ପଣ୍ଡା ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଇ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବିକିଙ୍କୁ ମେଡ଼ିସିନ ଖୁଆଉଥିଲେ । କିନ୍ତୁ ବିଷ ଜ୍ୱାଳାରେ ଛାଟିପିଟି ହେଉଥିବା ବିକିଙ୍କ ହାତ ଗୋଡ ଷ୍ଟିମରଙ୍କ ଛାତି ରେ ବାଜିଥିଲା। ଏଣୁ ସିଲୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଶୁକ୍ରବାର ରାତିରେ ପଠାଇଦେଇଥିଲେ। ସେଠାରେ ଡାକ୍ତର ସିଲୁଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ମୃତ୍ୟୁ ଖବର ପାଇ ଘରେ ବାପା ରସାନନ୍ଦ ପଣ୍ଡା ନିଜବାଡିରେ ଥିବା ଏକ ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ନିମିଷକ ମଧ୍ୟରେ ଘରୁ ଉଠିଥିଲା ଦୁଇ ଦୁଇଟି କୋକେଇ । ଏହାକୁ ପରିବାର ଲୋକଙ୍କ ସହିତ ସ୍ଥାନୀୟ ବାସିନ୍ଦା ମଧ୍ୟ ସହ୍ୟ କରିପାରୁ ନାହାନ୍ତି । ଦୁଇ ମୃତଦେହକୁ ଶବ ବ୍ୟବଚ୍ଛେଦ ଲାଗି ଯାଜପୁର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଛି। ଏ ନେଇ ମଙ୍ଗଳପୁର ପୋଲିସ ତଦନ୍ତ କରୁଛି।

 

Tags: