ନ୍ୟାୟ ନମିଳିବାରୁ ଥାନା ସାମ୍ନାରେ ବାପା ପୁଅଙ୍କ ଆତ୍ମାହୁତି ଉଦ୍ୟମ

ନ୍ୟାୟ ନମିଳିବାରୁ ଥାନା ସାମ୍ନାରେ ବାପା ପୁଅଙ୍କ ଆତ୍ମାହୁତି ଉଦ୍ୟମ
Samaya Live News Picture
Published On

ଢେଙ୍କାନାଳ : ଏସପି ଅଫିସ୍ ପରିସରରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ । ପୈତୃକ ସମ୍ପତି ବିବାଦକୁ ନେଇ ଏକପାଖିଆ ଭାବରେ ନ୍ୟାୟ ଦେବା ପ୍ରତିବାଦରେ ଢେଙ୍କାନାଳ ଜିଲା ସଦର ଥାନା ସାମ୍ନାରେ ଘଟିଥିଲା ଏହି ଅଭାବିକୀୟ କାଣ୍ଡ । ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଭାପୁର ଫାଣ୍ଡି ଏସପି ଅଫିସ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଦୀର୍ଘଦିନ ଧରି ଏକ ବିବାଦୀୟ ମାମଲାକୁ ନେଇ ନ୍ୟାୟ ପାଇଁ ପ୍ରଶାସନକୁ ଅନୁରୋଧ କରୁଥିଲେ କିନ୍ତୁ ନ୍ୟାୟ ମିଳୁନଥିବା ଅଭିଯୋଗ କରି ବାପା-ପୁଅ ଏହି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି ।

ଘଟନାନୁସାରେ, ପୈତୃକ ସମ୍ପତ୍ତିକୁ ନେଇ ପଦ୍ମନାଭ ରାଉତ ଟଙ୍କା ବଡ଼ ଭାଇଙ୍କ ସହ ବିବାଦ ଲାଗିରହିଥିଲା। ପରିବାରର ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ଭାପୁର ଫାଣ୍ଡିରେ ଏ ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ ଏକପାକ୍ଷିଆ ବିଚାର କରି ଆଇନଛାତ୍ର ସରୋଜ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ମାମଲା ରୁଜୁ କଲେ । ଯାହା ଫଳରେ କି ସରୋଜଙ୍କ ଶିକ୍ଷାଗତ କ୍ୟାରିଅର ବାଧାପ୍ରାପ୍ତ ହେବ ବୋଲି ସରୋଜଙ୍କ ଅଭିଯୋଗ କରିଥିଲେ । ପୋଲିସର ନିର୍ଯାତନା ସହି ନ ପାରି ସରୋଜ ଓ ତାଙ୍କ ପିତା ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ କାର୍ଯ୍ୟାଳୟରେ ଥିବା ପୋଲିସ କର୍ମଚାରୀ ଉଭୟଙ୍କୁ ଧରିନେଇଥିଲେ। ଉଭୟଙ୍କୁ ଆମୁଲାନ୍ସ ଡକାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଘଟଣାର ତଦନ୍ତ କରାଯାଉଛି ବୋଲି ଏସ୍‌ପି ଅଭିନବ ସୋନକର କହିଛନ୍ତି ।

Tags: