ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ବର : ପାର୍ବଣରେ ରକ୍ତରଞ୍ଜିତ ହୋଇଛି ରାଜଧାନୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ୨୦ ରୁ ଅଧିକ ଦୁର୍ବୃତ୍ତ ୬ଟି ଗାଡ଼ିରେ ଆସି ଧଉଳି ଥାନା ଅନ୍ତର୍ଗତ ନଖାଉର ଗ୍ରାମର ରଜନୀକାନ୍ତ ନାୟକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ରଜନୀକାନ୍ତ ପେସାରେ ଜଣେ ସିକ୍ୟୁରିଟି ଗାର୍ଡ । ରବିବାର ଅପରାହ୍ଣ ପ୍ରାୟ ସାଢେ ୪ଟାରେ ରଜନୀକାନ୍ତ ଗ୍ରାମ ନିକଟ ଦୟାନଦୀ ବନ୍ଧରେ ଠିଆ ହୋଇଥିବା ବେଳେ ଦୁର୍ବୁତ୍ତଙ୍କ ଅତର୍କିତ ଆକ୍ରମର ଶିକାର ହୋଇଥିଲେ । ବିୟର ବୋତଲରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ଘଟଣାର ସିସିଟିଭି ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଧଉଳି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
Tags:




