ରଜ ସଂକ୍ରାନ୍ତିରେ ସୈନିକ ସ୍କୁଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ,ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
ଭୁବନେଶ୍ଵର : ରଜ ସଂକ୍ରାନ୍ତି ସନ୍ଧ୍ୟାରେ ଭୁବନେଶ୍ୱର ସୈନିକ ସ୍କୁଲ୍ ନିକଟରେ ଭୟଙ୍କର ଦୁର୍ଘଟଣା । ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ବେଳେ ଭୁବନେଶ୍ଵର ଗଜପତି ନଗର ପ୍ରେସ୍ ଛକ ନିକଟ ଏକ କାର (ଇଭି) ସିରିଜ୍ ଦୁର୍ଘଟଣା ଘଟାଇଥିଲା । କାରଟି ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ଅଟୋ ଏବଂ ସ୍କୁଟି କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଚା ଦୋକାନଉପରକୁ ମାଡିଯାଇଥିଲା । ସେଠାରେ ଚା' ପିଉଥିବା ୪ଜଣ ଲୋକ ଗୁରୁତର ଆହତ ହୋଇଥିଲେ ସେହିପରି ଅଟୋଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଥିଲା । ଘଟଣାସ୍ଥଳରେ ମୈତ୍ରୀବିହାର ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ ଜବତ କରି ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଠାଇଥିଲା ।
ସୂଚନା ଅନୁଯାୟୀ ସୋମବାର ରାତି ପ୍ରାୟ ୮ଟା ପାଖାପାଖି ପ୍ରେସ ଛକ ପଟୁ ଏକ କାର୍ ରେଲୱେ ଷ୍ଟାଡିୟମ ଆଡକୁ ଦ୍ରୁତ ଗତିରେ ଯାଉଥିଲା । ଏହି ସମୟରେ ନିୟୁ ସରକାରୀ କଲୋନୀ ଫାଟକ ପାଖ ଚା’ ଦୋକାନରେ ୧୦ରୁ ଊର୍ଦ୍ଧ୍ୱ ଲୋକେ ଚା’ ପିଉଥିଲେ । ଦ୍ରୁତଗତିରେ ଆସୁଥିବା କାରଟି ହମ୍ସକୁ ଡେଇଁ ପଡ଼ିବା ଫଳରେ କାର୍ର ଚାଳକ ଜଣକ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥୁଆ ହୋଇଥିବା ୪ଟି ବାଇକ୍ ଓ ଅଟୋକୁ ଧକ୍କା ଦେଇ ନିକଟସ୍ଥ ଚା’ ଦୋକାନ ଆଗରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା । ପରେ ସେଠାରେ ଥିବା ଏକ ଆମ୍ବ ଗଛରେ ପିଟି ହୋଇ ଅଟକି ଯାଇଥିଲା । ଫଳରେ ଜଣେ ଆଇଏଏସ୍ଙ୍କ ସ୍ୱାମୀ ଜେରମ ଏକ୍କା ଏବଂ ସନ୍ତୋଷ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଉଭୟେ ନିୟୁ ଗଭର୍ଣ୍ଣମେଣ୍ଟ କଲୋନୀରେ ରହୁଥିଲେ । ସେହିଭଳି ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏମାନଙ୍କ ମଧ୍ୟରୁ ଲକ୍ଷ୍ମୀଧର ଟୋପଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁରୁତର ଅନ୍ୟ ୪ ଜଣଙ୍କୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୈତ୍ରୀ ବିହାର ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡିକୁ ଜବତ କରିଛି ।
ସେପଟେ, ଦୁର୍ଘଟଣା ଘଟାଇବା ପରେ ଭୁବନେଶ୍ବର ମୈତ୍ରୀ ବିହାର ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଛନ୍ତି ଡ୍ରାଇଭର । ଗଞ୍ଜାମ ଗାଙ୍ଗପୁରର ଅନିଲ କୁମାର ଗୌଡ଼। ପରୀକ୍ଷାରୁ ତାଙ୍କ ଶରୀରରେ ଆଲକହଲ ନଥିବା ଜଣାପଡିନଥିଲା । ତେବେ ଡ୍ରାଇଭର ଜଣକ କଫ୍ ସିରପ ପିଇ ଗାଡ଼ି ଚଳାଉଥିବା କହିଛନ୍ତି । ପ୍ରବଳ କାଶ ହେବାରୁ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ସିସିଟିଭି ଫୁଟେଜ ଅନୁସାରେ ଘଟଣାର ତଦନ୍ତ ଚଳାଇଛି ମୈତ୍ରୀବିହାର ପୁଲିସ ।




