୭ଦିନ ପାଇଁ ଯାଜପୁରରେ ଫାଷ୍ଟ ଫୁଡ ଦୋକାନ ବନ୍ଦ ନିର୍ଦେଶ

୭ଦିନ ପାଇଁ ଯାଜପୁରରେ ଫାଷ୍ଟ ଫୁଡ ଦୋକାନ ବନ୍ଦ ନିର୍ଦେଶ
Samaya Live News Picture
Published On

ଯାଜପୁର : ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ । ଆଗାମୀ ୭ ଦିନ ଯାଏଁ ପୌରାଅଞ୍ଚଳରେ ସମସ୍ତ ଦହିବରା ଓ ଫାଷ୍ଟଫୁଡଦୋକାନ ବନ୍ଦ ରଖିବାକୁ ନିର୍ଦେଶ ଜାରି ହୋଇଛି । ଏହାସହ ପୌରାଅଞ୍ଚଳରେ ଥିବା ସମସ୍ତ ଦହିବରା , ବୁଲା ବିକାଳି, ଫାଷ୍ଟଫୁଡ ସେଣ୍ଟର ଉପରେ ଚଢାଉ କରିଛି ପ୍ରଶାସନ । ରାସ୍ତାକଡ଼ରେ ଦହିବାର, ଗୁପଚୁପ୍ ଆଦି ବିକ୍ରି କରୁଥିବା ଠେଲା ଉପରେ ଚଢ଼ାଉ ଆରମ୍ଭ ହୋଇଛି । ଯାଜପୁର ଦଶରଥପୁରରେ ଦହିବରା ଓ ଫାଷ୍ଟଫୁଡ୍ ଖାଇ ଝାଡ଼ାବାନ୍ତି ବ୍ୟାପିବା ପରେ ପ୍ରଶାସନର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି  । 

ସୂଚନାନୁସାରେ ,ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଟପୁର ଅଞ୍ଚଳରେ ଗତ ଶୁକ୍ରବାର ଠାରୁ ଝାଡ଼ାବାନ୍ତି ବ୍ୟାପିଛି । ଜଣଙ୍କର ମୃତ୍ୟୁ ଓ ଶତାଧିକ ଅସୁସ୍ଥ ପରେ ସତର୍କତାମୂଳକ ପଦକ୍ଷେପ ନେଇଛି ଯାଜପୁର ପୌରପାଳିକା । ଯାଜପୁର ପୌରାଞ୍ଚଳରେ ଉଠା ଦହିବରା ଦୋକାନୀ, ବୁଲା ବିକାଳି ଓ ଫାଷ୍ଟଫୁଡ୍ ସେଣ୍ଟର ଉପରେ ଚଢ଼ାଉ କରାଯାଇଛି । ସ୍ୱାସ୍ଥ୍ୟ ଅଧିକାରୀ ଡ ପ୍ରଦୀପ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପୌରାଞ୍ଚଳ ଅନ୍ତର୍ଗତ କୁସୁମା, ମେଡିକାଲ ଛକ, ଯୋଡିକୁଆ ଆଦି ଅଞ୍ଚଳରେ ଚଢାଉ କରାଯାଇଥିଲା । କିଭଳି ପୌରାଞ୍ଚଳ ସଂକ୍ରମଣ ନବ୍ୟାପିବ, ସେଥିପ୍ରତି ଦୃଷ୍ଟି ଦେଇ ବିଭିନ୍ନ ଦୋକାନାରୁ ଖାଦ୍ୟ ନମୁନା ସଂଗ୍ରହ କରିବା ସହ ଖାଦ୍ୟର ମାନ ଯାଞ୍ଚ କରୁଛି ଯାଜପୁର ପୌର ପ୍ରଶାସନ । ସେହିପରି ସହରବାସୀଙ୍କୁ ଫୁଟାପାଣି ପିଇବା ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ନିବେଦନ କରିଛି ଯାଜପୁର ପୌର ପ୍ରଶାସନ ।



 

Tags: