ଫେରୱେଲ ପାର୍ଟିରୁ ରଣକ୍ଷେତ୍ର ୨୫ ବିଜେବି କଲେଜ ହଷ୍ଟେଲ ପିଲା ଆହତ

ଫେରୱେଲ ପାର୍ଟିରୁ ରଣକ୍ଷେତ୍ର ୨୫ ବିଜେବି କଲେଜ ହଷ୍ଟେଲ ପିଲା ଆହତ
Samaya Live News Picture
Published On

ଭୁବନେଶ୍ୱର : ଅଶାନ୍ତ ବିଜେବି କଲେଜ । ଫେରୱେଲ୍ ପାର୍ଟିରୁ ରଣକ୍ଷେତ୍ର ପାଲଟିଲା କଲେଜ କ୍ୟାମ୍ପସ । ଡିଜେ ବଜାଇବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଦୁଇ ହଷ୍ଟେଲ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ପଥର ମାଡ ଯୋଗୁ ୨୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ୍‌ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । 

ଘଟନାନୁସାରେ , ଗତକାଲି ରାତିରେ ବିଜେବି କଲେଜ ଅଶୋକା ହଷ୍ଟେଲରେ ଫେରୱେଲ ପାର୍ଟି ଚାଲିଥିଲା । ରାତିରେ ଡିଜେ ବଜାଇ ହଷ୍ଟେଲ ପିଲା ପାର୍ଟି ମନାଉଥିଲେ । ତେବେ ଆମ୍ବେଦକର ହଷ୍ଟେଲ ପିଲା ଏହାକୁ ନେଇ ଆପତ୍ତି ଉଠାଇଥିଲେ । ଉଭୟ ହଷ୍ଟେଲ ପିଲାଙ୍କ ମଧ୍ୟରେ ବଚସା ହେବାରୁ ଏନେଇ ଆମ୍ବେଦକର ହଷ୍ଟେଲର କିଛି ପିଲା ପୁଲିସ୍‌ କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ଡିଜେ ବନ୍ଦ କରିଥିଲା । ଉଭୟ ଛାତ୍ର ଗୋଷ୍ଠୀ ମଧ୍ୟରେ କାଚ ବୋତଲ ଏବଂ ପଥର ଫିଙ୍ଗା ଫୋପଡ଼ା ହୋଇଛି। ଦେଢ଼ ଘଣ୍ଟା ଧରି ହଷ୍ଟେଲ ପରିସରରେ ଚାଲିଥିଲା ଆକ୍ରମଣ ଓ ପ୍ରତିଆକ୍ରମଣ। ରାତି ୧୧.୩୦ ରୁ ଆରମ୍ଭ ହୋଇ ୨.୩୦ ପର୍ଯ୍ୟନ୍ତ ଝଗଡ଼ା ଚାଲିଥିଲା । ଏଥିରେ ପ୍ରାୟ ୨୫ରୁ ଅଧିକ ଛାତ୍ର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ  ଭର୍ତ୍ତି ହୋଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗତକାଲି ରାତିରୁ କଲେଜ କ୍ୟାମ୍ପସରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

 

Tags: