+୨ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅବଧି ବୃଦ୍ଧି

+୨ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅବଧି ବୃଦ୍ଧି
Samaya Live News Picture
Published On

ଭୁବନେଶ୍ୱର: +୨ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ବାତ୍ୟା ମୋନ୍ଥା ପାଇଁ ଯୁକ୍ତ ଦୁଇ ଫର୍ମ ପୂରଣ ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ । ପୂର୍ବରୁ ଅକ୍ଟୋବର ୨୮ ଯାଏଁ ଫର୍ମ ପୂରଣର ଅବଧି ରହିଥିଲା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସମସ୍ତ ସ୍କୁଲ ଏବଂ କଲେଜକୁ ଚିଠି ଲେଖିଛନ୍ତି । 

ବାତ୍ୟା ମୋନ୍ଥା ପାଇଁ ଅନେକ କଲେଜ କର୍ତ୍ତୃପକ୍ଷ ଯୁକ୍ତ ୨ ଏକ୍ସ-ରେଗୁଲାର ପରୀକ୍ଷା ନିମନ୍ତେ ଫର୍ମ ପୂରଣର ଶେଷ ତାରିଖକୁ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ । ସମସ୍ତ ଅନୁରୋଧକୁ ନଜରରେ ରଖି ସିଏଚଏସଇ କର୍ତ୍ତୃପକ୍ଷ ଫର୍ମ ପୂରଣ ଶେଷ ତାରିଖ ନଭେମ୍ବର ୩କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ।  ତେବେ ଫର୍ମ ପୂରଣ ପାଇଁ ପୂର୍ବ ନିର୍ଦ୍ଧାରିତ ଫାଇନ୍ ୨୦୦ ଏବଂ ୬୦୦ ଟଙ୍କାକୁ ଅପରିବର୍ତ୍ତିତ ରଖାଯାଇଛି ।

 

Tags: