ବୋମା ପ୍ରସ୍ତୁତି ବେଳେ ବିସ୍ଫୋରଣ , ୩ ଆହତ
କାମାକ୍ଷାନଗର : ବୋମା ଭିଡିବା ବେଳେ ଅଘଟଣ । ୩ଜଣ ଗୁରୁତର ହୋଇଥିବା ସାମ୍ନାକୁ ଆସିଛି । ଶୁକ୍ରବାର ଦିନ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଣ୍ଡତଇଳା ଗାଁରେ ଜଙ୍ଗଲୀ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ବୋମା ଭିଡୁଥିବା ସୁଚନା ମିଳିଛି । ଏହି ଅଘଟଣାର ୩ ଆହତଙ୍କ ମଧ୍ୟରୁ ଜଣଙ୍କ ହାତ ପାପୁଲି ଛିଣ୍ଡି ଯାଇଥିବା ବେଳେ ଅନ୍ୟ ୨ ଜଣ ପୋଡି ହୋଇ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Tags:




