ଭୁବନେଶ୍ୱର ବିମାନ ବନ୍ଦରରୁ ଦାମୀ ସିଗାରେଟ ଜବତ
ଭୁବନେଶ୍ୱର : ଭୁବନେଶ୍ବର ଏୟାରପୋର୍ଟରୁ ଧରାପଡ଼ିଲା ବିଦେଶୀ ସିଗାରେଟ୍ । ପୁଳା ପୁଳା ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ । ପାଖାପାଖି ୧୦ ଲକ୍ଷ ଟଙ୍କାର ଦାମୀ ସିଗାରେଟ୍ ଜବତ ହୋଇଛି । ଗତକାଲି ଦୁବାଇରୁ ଭୁବନେଶ୍ବର ଆସିଥିବା ବିମାନର ୮ଜଣ ଯାତ୍ରୀଙ୍କ ଠାରୁ ସିଗାରେଟ୍ ଠାବ ହୋଇଛି । ୫ଜଣ ଉତ୍ତରପ୍ରଦେଶ ରାମପୁରର ଓ ୩ ଜଣ ଦିଲ୍ଲ ଯାତ୍ରୀ । ସେମାନଙ୍କ ବ୍ୟାଗରୁ ୨୫୦ରୁ ଅଧିକ ସିଗରେଟ୍ ଜବତ ହୋଇଛି । ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମସ୍ ବିଭାଗ ।
ଖବର ଅନୁଯାୟୀ, ଗତକାଲି ବିମାନ ବନ୍ଦରକୁ ନିଶା ଆସୁଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ପାଇ କଷ୍ଟମ ବିଭାଗ ଓ ଡିଆରଆଇ ଅଧିକାରୀମାନେ ଯାତ୍ରୀଙ୍କ ତଲାସୀ ନେଇଥିଲେ । ଏହି ସମୟରେ ଦୁବାଇରୁ ଆସୁଥିବା ବିମାନରେ ୮ ଜଣ ଯାତ୍ରୀଙ୍କ ଠାରୁ ବିପୁଳ ପରିମାଣରେ ଏହି ନିଶା ସିଗାରେଟ ଠାବ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି । ଏହାସହିତ ସେମାନଙ୍କ ନିକଟରୁ ୨ଟି Iphone-17 ମଧ୍ୟ ସିଜ୍ କରାଯାଇଛି। ଜବତ ହୋଇଥିବା ସିଗାରେଟ୍ ଗୁଡ଼ିକ କଣ୍ଟ୍ରିମେଡ୍ ହୋଇଥିବାରୁ ମୋଟା ଅଙ୍କର ଫାଇନ ମଧ୍ୟ ଦେବାକୁ ପଡ଼ିବ ବୋଲି ଜଣାପଡିଛି ।



