ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ

ଏକ୍ସାଇଜ୍ ଡ୍ୟୁଟି ୧୩ ଟଙ୍କାରୁ ୩ ଟଙ୍କାକୁ ହ୍ରାସ

ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ
Samaya Live News Picture
Published On

ଭୁବନେଶ୍ୱର: ଯୁଦ୍ଧ ସଙ୍କଟ ଭିତରେ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି କମାଇଲେ କେନ୍ଦ୍ର ସରକାର । ପେଟ୍ରୋଲ ଲିଟର ପିଛା ଏକ୍ସାଇଜ୍ ଡ୍ୟୁଟି ୧୩ ଟଙ୍କାରୁ ୩ ଟଙ୍କାକୁ ହ୍ରାସ କରାଯାଇଛି । ସେହିପର ଡିଜେଲ ଉପରେ କୌଣସି ଏକ୍ସାଇଜ୍ ଡ୍ୟୁଟି ଲାଗିବ ନାହିଁ । ପୂର୍ବରୁ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୦ଟଙ୍କା ରଖାଯାଇଥିଲା । ଏକ୍ସାଇଜ୍ ଡ୍ୟୁଟି ହ୍ରାସ ହୋଇଥିଲେ ମଧ୍ୟ ପେଟ୍ରୋଲ ପମ୍ପରେ ଡିଜେଲ ଓ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । କିନ୍ତୁ ପୂର୍ବଭଳି ରାଜ୍ୟ ସରକାରଙ୍କ ଭାଟ୍ ରହିବ।

ଯୁଦ୍ଧ ସ୍ଥିତି ମଧ୍ୟରେ ଘରୋଇ ତୈଳ କମ୍ପାନୀ ଗୁଡିକ ଅଧିକ ମୂଲ୍ୟରେ ଅଶୋଧିତ ତୈଳ କିଣିବାକୁ ବାଧ୍ୟ ହୋଇଥିଲେ। ପୂର୍ବରୁ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ପ୍ରତି ଲିଟର ଥିଲା କିନ୍ତୁ ଏବେ ୧୦ ଟଙ୍କା ହ୍ରାସ ପାଇଛି ।

 

Tags: