ଓଏଏସ ସ୍ତରରେ ଅଦଳବଦଳ

ଓଏଏସ ସ୍ତରରେ ଅଦଳବଦଳ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ । ବଦଳିଲା ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କୁ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଗୀତାଞ୍ଜଳି ନାୟକଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱ ମିଳିଛି। ନିବେଦିତା ବିଶ୍ୱାଳଙ୍କୁ ପଞ୍ଚାୟତିରାଜ ବିଭାଗର ଦାୟିତ୍ୱ ମିଳିଥିବା ବେଳେ,କୁକୁମିନୀ ଦାସଙ୍କୁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦାୟିତ୍ୱ ଦିଆଯାଇଛି । ଏହି ଅଦଳବଦଳ ମାଧ୍ୟମରେ ବିଭିନ୍ନ ବିଭାଗରେ ନୂଆ ଦାୟିତ୍ୱ ବଣ୍ଟନ ହୋଇଛି ।

 

 

Tags: