ଓଏଏସ ସ୍ତରରେ ଅଦଳବଦଳ

ଓଏଏସ ସ୍ତରରେ ଅଦଳବଦଳ
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟସରକାର । ଏନେଇ ଗୁରୁବାର ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ପ୍ରକାଶ ପାଇଛ। ବିଜ୍ଞପ୍ତି ଅନୁସାରେ ୧୧ ଜଣ ଅଧିକାରୀଙ୍କ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଏବଂ ସିଡିଆଇ ମନୋରଞ୍ଜନ ମଲ୍ଲିକଙ୍କୁ ଓଡ଼ିଶା ୟୁନିଫର୍ମଡ୍‌ ସର୍ଭିସ ଷ୍ଟାଫ୍‌ ସିଲେକ୍ସନ କମିଶନର ସଚିବ ଭାବେ ନିଯୁକ୍ତ କରାଯାଇଥିବା ବେଳେ ସଂସଦୀୟ ବ୍ୟାପାର ବିଭାଗ ସ୍ବତନ୍ତ୍ର ସଚିବ ଶିବ ନାରାୟଣ ସାହୁଙ୍କୁ ସିଡିଆଇ ଏବଂ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଥିବା ବେଳେ ରବିନାରାୟଣ ଜେଠୀଙ୍କୁ ଓଡ଼ିଶା ୟୁନିଫର୍ମଡ୍‌ ସର୍ଭିସ ଷ୍ଟାଫ୍‌ ସିଲେକ୍ସନ କମିଶନର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।

ସେହିପରି କସ୍ତୁରୀ ପ୍ରଧାନଙ୍କୁ ଓଏଲ୍‌ଏର ଯୁଗ୍ମସଚିବ, ଗଦାଧର ପାତ୍ରଙ୍କୁ ଖଦି ଏବଂ ଗ୍ରାମୋଦ୍ୟୋଗ ବୋର୍ଡର ଉପସଚିବ ଭାବେ ନିଯୁକ୍ତ କରାଯାଇଛି। ଏହାସହିତ ଗଦାଧରଙ୍କୁ ଓଏସ୍‌ଆଇସିର ପ୍ରଶାସନିକ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରଣବ କୁମାର ବେହେରାଙ୍କୁ ଓକାକ୍‌ର ଓଏସ୍‌ଡି ଭାବେ ନିଯୁକ୍ତ କରାଯାଇଥିବାବେଳେ ସିରିୟାଲ ଶୁଭ୍ର ପଟେଲଙ୍କୁ ବାଲେଶ୍ୱର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ, କ୍ଷୀରାବ୍ଧୀ ତନୟା ସାହୁଙ୍କୁ ରାୟଗଡ଼ା ଜିଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜ୍ୟୋତି ପ୍ରକାଶ ସେଠୀଙ୍କୁ ଉଦଳା ଆଇଟିଡିଏର ପିଏ, ନରେନ୍ଦ୍ର ଖମାରୀଙ୍କୁ ଓଏସ୍‌ଏସ୍‌ସିର ଉପସଚିବ, ନିର୍ଲିପ୍ତା ମହାନ୍ତିଙ୍କୁ ଓଡ଼ିଶା ୟୁନିଫର୍ମଡ୍‌ ସର୍ଭିସ ଷ୍ଟାଫ୍‌ ସିଲେକ୍ସନ କମିଶନର ଉପସଚିବ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ସାଧାରଣ ପ୍ରଶାସନ ବିଭାଗର ଅନ୍ୟ ଏକ ବିଜ୍ଞପ୍ତିରେ ଇଡ୍‌କୋ ସିଜିଏମ୍‌(ପିଆଣ୍ଡଏ) ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ଇଡ୍‌କୋର ସିଜିଏମ୍‌(ଏମ୍‌ଏସ୍‌ ଆଣ୍ଡଏମ୍‌ଇ) ଭାବେ ନିଯୁକ୍ତ କରାଯାଇଛି। ଏହାସହିତ ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କୁ ଅତିରିକ୍ତ ଏସ୍‌ଆର୍‌ସି, ସରୋଜ କୁମାର ସାହୁଙ୍କୁ ଇଡ୍‌କୋ ସିଜିଏମ୍‌(ଜମି) ଏବଂ ସଞ୍ଜୟ କୁମାର ମିଶ୍ରଙ୍କୁ ଇଡ୍‌କୋ ସାଧାରଣ ପରିଚାଳକ(ପିଆଣ୍ଡଏ) ଭାବେ ନିଯୁକ୍ତ କରାଯାଇଛି।

 ବିଜ୍ଞପ୍ତି ଅନୁସାରେ,  ବଦଳି ଆଦେଶ ପ୍ରକାଶ ପାଇବାର ସାତ ଦିନ ମଧ୍ୟରେ ନୂଆ ସ୍ଥାନରେ ଯୋଗଦେବା ଆବଶ୍ୟକ। ତେଣୁ ସ୍ଥାନାନ୍ତରିତ ଅଧିକାରୀମାନଙ୍କୁ ଏହି ସମୟ ମଧ୍ୟରେ କାର୍ଯ୍ୟ ମୁକ୍ତ କରାଯିବା ଜରୁରୀ। ନଚେତ ଚଳିତ ମାସ ୨୩ରୁ ସେହି ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଭାବେ ମୁକ୍ତ କରାଗଲା ବୋଲି ବିବେଚନା କରାଯିବ।

 

Tags: