ଜନଗହଳିପୂର୍ଣ୍ଣ ସ୍ଥାନରେ ହେବ ଇଭି ଚାର୍ଜିଂ ଷ୍ଟେସନ୍
ଭୁବନେଶ୍ୱର : ଇଭି ଯାନକୁ ପ୍ରୋତ୍ସାହନ । ରାଜ୍ୟରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଅଧିକ ମାତ୍ରାରେ ବସିବ ଇଭି ଚାର୍ଜିଂ ଷ୍ଟେସନ୍ । ଏହା ଦ୍ବାରା ଇଭି ଇକୋସିଷ୍ଟମ ସୁଦୃଢ଼ ହେବ । ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭ୍ ଜରିଆରେ ଚାର୍ଜିଂ ଷ୍ଟେସନ୍ କ୍ଷମତା ବଢ଼ାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଚୟନ କରୁଛନ୍ତି ହେଭି ଇଲେକ୍ଟ୍ରିକାଲ ଲିମିଟେଡର ଏକ ସ୍ୱତନ୍ତ୍ର ଟିମ୍ । ବିଶେଷ କରି ଏନ୍ଏଚ୍, ଧାର୍ମିକ ସ୍ଥାନ, ସରକାରୀ କାର୍ଯ୍ୟାଳୟ ଓ ଜନଗହଳିପୂର୍ଣ୍ଣ ଭଳି ଉପଯୁକ୍ତ ସ୍ଥାନ ବୁଲି ଦେଖୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ଯର ୬ଟି ସହର ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ ଓ ପୁରୀ ଭଳି ସ୍ଥାନରେ ୧୯୦ଟି ଚାର୍ଜିଂ ଷ୍ଟେସନ୍ କରିବା ପାଇଁ ରିପୋର୍ଟ ପ୍ରସ୍ତୁତ କରୁଛି ଟିମ । ଲୋକଙ୍କୁ ନିର୍ଭୟରେ ଇଭି ଗାଡି ନେଇ ବାହାରକୁ ଯିବାକୁ ଡର ଲାଗିବ ନାହିଁ ।
ଏନେଇ ଆଗାମୀ ୭ ଦିନରେ ରାଜ୍ୟ ପରିବହନ ସହ PWCO ରାହାଗିରି ଫାଉଣ୍ଡେସନ୍ ସହ ମିଶି ସାଇଟ୍ ସର୍ଭେ କରି ରିପୋର୍ଟ ପ୍ରସ୍ତୁତ କରିବେବୋଲି ସୂଚନା ମିଳିଛି ।



