ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଏସଆଇ ହସ୍ପିଟାଲ

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଏସଆଇ ହସ୍ପିଟାଲ
Samaya Live News Picture
Published On

ଭୁବନେଶ୍ୱର : ଇଏସଆଇ କାର୍ଡ ଧାରୀଙ୍କ ପାଇଁ ଖୁସି ଖବର, ଭୁବନେଶ୍ୱରରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବେ ସରକାର । ଏଣିକି ହାତ ପାଆନ୍ତାରେ ମିଳିବ ସ୍ୱାସ୍ଥ୍ୟ ସେବା । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଏସଆଇ ମେଡିକାଲ କଲେଜ । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ଓ ଇ.ଏସ୍.ଆଇ.ସି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଆନୁଷ୍ଠାନିକ ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଖାରବେଳ ଭବନର ପଞ୍ଚମ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । 

ଭୁବନେଶ୍ୱର ଅନ୍ଧାରୁଆଠାରେ ଇଏସଆଇ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହି ବୃହତ ପ୍ରକଳ୍ପର ସ୍ଥାୟୀ ଭିତ୍ତିଭୂମି ଅନ୍ଧାରୁଆଠାରେ ନିର୍ମାଣ ହେବାକୁ ଥିବାବେଳେ, ମେଡିକାଲ କଲେଜର କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ପାଇଁ ବର୍ତ୍ତମାନ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ଇଏସ୍ଆଇ ହସ୍ପିଟାଲକୁ ବ୍ୟବହାର କରାଯିବ । ଏଥିପାଇଁ ଶ୍ରମ ବିଭାଗ ପକ୍ଷରୁ ଉକ୍ତ ହସ୍ପିଟାଲକୁ ଆନୁଷ୍ଠାନିକ ଭାବେ କର୍ମଚାରୀ ରାଜ୍ୟ ବୀମା ନିଗମଙ୍କୁ ହସ୍ତାନ୍ତର କରାଯାଇଛି ।

Tags: