ଏନ. ଭାସ୍କର ରାଓଙ୍କ ଘରେ ଇଓଡବ୍ଲୁ ଚଢ଼ାଉ

ଏନ. ଭାସ୍କର ରାଓଙ୍କ ଘରେ  ଇଓଡବ୍ଲୁ ଚଢ଼ାଉ
Samaya Live News Picture
Published On

ରାୟଗଡ଼ା : ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଏନ୍. ଭାସ୍କର ରାଓଙ୍କ ଘରେ ଅର୍ଥନୈତିକ ଅପରାଧ ଶାଖା (EOW) ର ଚଢାଉ । ଟ୍ରକ ମାଲିକ ସଂଘର ୮୦କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ଚଢ଼ାଉ କରାଯାଉଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ୨୧ ଜଣିଆ ଟିମ୍ ଛାପା ମାରିଛନ୍ତି । ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୫ ଜଣ ଲେଖାଏଁ ଡିଏସପି, ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ଅଛନ୍ତି । ଇଓଡବ୍ଲୁର ଏକ ଟିମ୍ ତଦନ୍ତ ପାଇଁ ଗତକାଲି ରାୟଗଡ଼ା ଆସିଥିଲେ । ଏହି ଟିମ୍ ୨ ଦିନ ହେଲା ରାୟଗଡାରେ ରହି ଆର୍ଥିକ ଅନିୟମିତତା ଅଭିଯୋଗର ଛାନଭିନ କରିବା ପରେ ଆଜି ଚଢ଼ାଉ କରିଛନ୍ତି । ତେବେ ଚଢ଼ାଉ ସମୟରେ ଘରେ ଉପସ୍ଥିତ ନଥିଲେ ଏନ. ଭାସ୍କର ରାଓ । ସେପଟେ ଏହି ଘଟଣାରେ ଭାସ୍କର ରାଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ରାୟଗଡା ଟ୍ରକ୍ ମାଲିକ ସଙ୍ଘର ସଭାପତି  ସ୍ବର୍ଗତ ୱାଇ ଭେଙ୍କଟେଶ୍ୱର ରାଓ ,୮୦ କୋଟି ଟଙ୍କା ହଡପ କରିଥିବା ନେଇ ରାୟଗଡା ପୋଲିସ ଷ୍ଟେସନ ରେ ପୂର୍ବତନ ସାଂସଦ ଏନ.ଭାସ୍କର ରାଓଙ୍କ ସମେତ ଅନ୍ୟ କେତେଜଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଅଭିଯୋଗ ପରେ ରାୟଗଡ଼ା ପୁଲିସ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ଏହି ଘଟଣାରେ କ୍ରାଇମବ୍ରାଞ୍ଚର ୨୧ ଜଣିଆ ଟିମ୍ ରାୟଗଡ଼ା ଆସି ତଦନ୍ତ କରୁଛନ୍ତି । ଗତ ୨ଦିନ ଧରି ଇଓଡବ୍ଲୁ ର ୨୫ଟି ଟିମ୍ ରାୟଗଡା , ଭୁବନେଶ୍ୱର ସମେତ ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ କରୁଛନ୍ତି । ରାୟଗଡ଼ାରେ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ସମେତ ଅଭିଯୁକ୍ତଙ୍କ ଘରେ ଚାଲିଛି ତନାଘନା । ସେହିପରି ଭୁବନେଶ୍ୱରର ଫରେଷ୍ଟ ପାର୍କ, ବରମୁଣ୍ଡା, ଭୀମପୁର ଓ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବିଭିନ୍ନ କମ୍ପାନୀ ଓ କାର୍ଯ୍ୟାଳୟରେ ମଧ୍ୟ ରେଡ୍ ଚାଲିଛି ।

Tags: