ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ପରିବେଶ ମଞ୍ଜୁରୀ
କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ର ସର୍ତ୍ତ ମୂଳକ ଅନୁମତି
ପୁରୀ:ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି । ମଞ୍ଜୁରୀ ପ୍ରଦାନ କଲା କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ । ଶ୍ରୀ ଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କ ଷ୍ଟେଜ୍-୧ ଅନୁମୋଦନ । ପ୍ରକଳ୍ପକୁ ବାସ୍ତବରେ ରୂପାୟନ କରିବା ଦିଗରେ ଏକ ବଡ ପଦକ୍ଷେପ । ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ସୂଚନା । ପୁରୀ ଜଙ୍ଗଲ ବିଭାଗରେ ୨୭.୮୮୭ ହେକ୍ଟର ଜମି ଯୋଗାଇ ଦିଆଯିବ ।
ଅନ୍ୟପଟେ , କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ନୀତିଗତ ଭାବେ ରାଜି, କିନ୍ତୁ ଚୂଡ଼ାନ୍ତ ଅନୁମତି ପୂର୍ବରୁ କିଛି ନିୟମ ପାଳନ କରିବାକୁ ପଡ଼ିବ । କ୍ଷତିପୂରଣ ହେଉଥିବା ପାଇଁ ଅନ୍ୟ ସ୍ଥାନରେ ନୂଆ ଗଛ ଲଗାଇବାକୁ ହେବ । ଜଙ୍ଗଲ ଜମି ବ୍ୟବହାର ପାଇଁ ଆବଶ୍ୟକ ଖର୍ଚ୍ଚ ଭରଣା କରିବାକୁ ହେବ । ସ୍ଥାନୀୟ ପ୍ରଶାସନ ଏବଂ ଆବଶ୍ୟକ ସ୍ଥଳେ ଜନଜାତିଙ୍କ ସହମତି ନେବା । ଜୀବଜନ୍ତୁ ଓ ପରିବେଶର ଯତ୍ନ ନେବା ପାଇଁ ବ୍ୟବସ୍ଥା କରିବା । ରାଜ୍ୟ ସରକାର କିମ୍ବା ବିମାନବନ୍ଦର କର୍ତ୍ତୃପକ୍ଷ ସମସ୍ତ ସର୍ତ୍ତ ପୂରଣ କରିବେ । ଏହାପରେ ଷ୍ଟେଜ୍-୨ ବା ଚୂଡ଼ାନ୍ତ ଅନୁମତି ପାଇଁ ଆବେଦନ କରିପାରିବେ । ଷ୍ଟେଜ୍-୨ ପରେ ସମ୍ପୂର୍ଣ୍ଣ ଆଇନଗତ ଅନୁମତି ମିଳିବ । ବିମାନବନ୍ଦରର ନିର୍ମାଣ କାମ ଆରମ୍ଭ ହୋଇପାରିବ ।




