ଶାମ୍ବଦଶମୀ ଉପଲକ୍ଷେ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼

ଶାମ୍ବଦଶମୀ ଉପଲକ୍ଷେ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼
Samaya Live News Picture
Published On

କୋଣାର୍କ : ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ । ଆଜିର ଦିନରେ ସୂର୍ଯ୍ୟ ଭଗବାନଙ୍କ ପୂଜା କରାଯାଏ । ପରିବାର ଓ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଙ୍କ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା କରି ଅର୍ଘ୍ୟ ଦାନ କଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ । ଆଜିର ଦିନରେ ଚନ୍ଦ୍ରଭାଗା ତୀର୍ଥରେ ସୂର୍ଯ୍ୟନାରାୟଣଙ୍କୁ ଉପାସନା କରି ଶାମ୍ବ ଅଭିଶାପ ଜନିତ କୁଷ୍ଠ ରୋଗରୁ ମୁକ୍ତି ଲାଭ କରିଥିଲେ ବୋଲି ପୁରାଣ ବର୍ଣ୍ଣିତ ତଥ୍ୟ ରହିଛି ।

ଶାମ୍ବଦଶମୀ ଅବସରରେ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ କରାଯାଇଛି। ବିଗତ ଏହି ଅବସରରେ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବ ହିନ୍ଦୁ ପରିଷଦର ମିଳିତ ଆନୁକୁଲ୍ୟରେ ତ୍ରିଦିବସୀୟ ବିଶ୍ବ କଲ୍ୟାଣ ସୌର ମହାଯଜ୍ଞ ପାଇଁ ଘଟ ସ୍ଥାପନ ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ କାର୍ଯ୍ୟକ୍ରମ ହେବ।

ବିଶ୍ବକୁ ରୋଗମୁକ୍ତ ଓ ବିଶ୍ବର କଲ୍ୟାଣ ପାଇଁ ଏହି ମହାଯଜ୍ଞ ହେଉଛି। ପବିତ୍ର ଶାମ୍ବଦଶମୀରେ ବିଶ୍ବ କଲ୍ୟାଣ ସୌର ମହାଯଜ୍ଞର ପୂର୍ଣ୍ଣାହୁତି ହେବ। ବିଶ୍ବ ହିନ୍ଦୁ ପରିଷଦର ଭାଗୀରଥୀ ସ୍ବାଇଁ, ରାମକୃଷ୍ଣ ମହାନ୍ତି, ପ୍ରତାପ କାଣ୍ଡି, ଶରତ ମଲ୍ଲ, ରବୀନ୍ଦ୍ର ନନ୍ଦୀ, ରଘୁନାଥ ମହାପାତ୍ର, ପ୍ରିୟରଂଜନ ରଥ ପ୍ରମୁଖଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

 

Tags: