ବଦଳିବ ଇଂରାଜୀ ନାଁ

ବଦଳିବ ଇଂରାଜୀ ନାଁ

ଭୁବନେଶ୍ୱର : ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର । ବଦଳିବ ଓଡ଼ିଶାର ବିଭିନ୍ନ ସ୍ଥାନର ଇଂରାଜୀ ନାମ । ବ୍ରିଟିଶ୍ ଶାସନ କାଳରୁ ପ୍ରଚଳିତ ଭୁଲ୍ ନାମକରଣର ହେବ ସଂଶୋଧନ । ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପଠାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ । ଇରାଜୀ ନାମ ପରିବର୍ତ୍ତେ ପ୍ରାମାଣିକ ଓଡିଆ ନାମ ବ୍ୟବହାର କରାଯିବ।

ସମ୍ବନ୍ଧିତ ଖବର ସ୍କୁଲ ଛାତ୍ରୀ ଗଣ ଦୁଷ୍କର୍ମ ଘଟଣାରେ ୫ ଗିରଫ

ଏହି ପ୍ରସଙ୍ଗରେ ପୂର୍ବରୁ ସମସ୍ତ ଜିଲ୍ଲାପାଳଙ୍କ ଠାରୁ ଏକ ବିସ୍ତୃତ ରିପୋର୍ଟ ମଗାଯାଇଥିଲା। ଏପର୍ଯ୍ୟନ୍ତ ୧୩ଟି ଜିଲ୍ଲାରୁ ଏହି ସମ୍ପର୍କିତ ସୂଚନା ଆସିଛି। ପ୍ରାପ୍ତ ରିପୋର୍ଟଗୁଡିକର ତାଲିକା ଉପରେ, ବିଧାୟକ ଓ ସାଂସଦମାନଙ୍କର ଏବଂ ସାଧାରଣ ଜନତାଙ୍କର ମତ ନିଆଯାଇଥିଲା। ତଦନୁସାରେ, ଏହି ବିଷୟରେ ବିଭିନ୍ନ ନୂତନ ପ୍ରସ୍ତାବ ମଧ୍ୟ ମିଳିଛି । ତେବେ ପୂର୍ବରୁ ପ୍ରଦାନ କରାଯାଇଥିବା ରିପୋର୍ଟକୁ ପୁନଃ ପରୀକ୍ଷଣ କରି, ନୂତନ ପ୍ରସ୍ତାବ ସହ ସାତ ଦିନ ଭିତରେ ବିଭାଗକୁ ପ୍ରେରଣ କରିବାକୁ ଏହି ପତ୍ରରେ ଜିଲ୍ଲାପାଳଙ୍କୁ ଜଣାଯାଇଛି। ଖୁବ୍ ଶୀଘ୍ର ଏ ସମ୍ପର୍କିତ ରିପୋର୍ଟ୍ ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ରାଜସ୍ୱ ସଚିବ ଡ. ପାଢୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେଲା ସ୍କୁଲ ଛତ୍ରୀ ଗଣଦୁଷ୍କର୍ମ ମାମଲା

Tags: