ଶରଣ ଶେଷ, ଆଜି ଠୁ ଏନକାଉଣ୍ଟର

ମାଓ ମୁକ୍ତ ପରେ ଏବେ କୋରାପୁଟରେ ଆରମ୍ଭ ହେବ ନିଶା ମୁକ୍ତ ଅଭିଯାନ

ଶରଣ ଶେଷ, ଆଜି ଠୁ ଏନକାଉଣ୍ଟର
Samaya Live News Picture
Published On

ଭୁବନେଶ୍ୱର : ଶେଷହେଲା ମାଓବାଦୀଙ୍କ ଆତ୍ମସମର୍ପଣ ଅବଧି । ଆଜିଠୁ ଏକକାଉଣ୍ଟର। ଶରଣ ଶେଷ ପରେ ପୋଲିସ ଗୁଳିରେ ନିପାତ ହେବେ ବାକିଥିବା କେତୋଟି ହାତଗଣତି ମାଓବାଦୀ । 

ଓଡିଶା ପୁଲିସକୁ ମାଓ ବିରୋଧୀ ଲଢ଼େଇରେ ମିଳିଛି ଗୁରୁତ୍ଵପୂର୍ଣ୍ଣ ସଫଳତା । ଗତ ୨୦୨୫ ଏବଂ ୨୬ ବର୍ଷରେ ଏପର୍ଯ୍ୟନ୍ତ ୨ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ସମେତ ୨୭ ଜଣ ମାଓବାଦୀଙ୍କୁ ନିପାତ କରାଯାଇଛି । ଏହି ସମୟ ମଧ୍ୟରେ ୯ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏଡିଜି ଆଣ୍ଟି ନକ୍ସଲ ଅପରେସନ୍ ସଞ୍ଜୀବ ପଣ୍ଡା କହିଥିଲେ ,ଏବେ ଆତ୍ମସମର୍ପଣର ସମୟସୀମା ଶେଷ ହୋଇଛି । ଆମେ ସମ୍ପୂର୍ଣ ସଫଳତା ପାଇବା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଜାରି ରଖିବୁ। ମାଓବାଦୀଙ୍କୁ ଖୋଜି ଖୋଳି ଏନ୍‌କାଉଣ୍ଟର କରିବୁ । 

ସେପଟେ , ଆଜି କୋରାପୁଟ ଜିଲ୍ଲା ପୋଲିସ ପ୍ୟାରେଡ ପଡିଆରେ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଡିଆଇଜି କହିଛନ୍ତି ଯେ, ମାଓ ମୁକ୍ତ ପରେ ଏବେ କୋରାପୁଟ ନିଶା ମୁକ୍ତ ଅଭିଯାନରେ କାମ କରୁଛି ପୋଲିସ। ଲୋକଙ୍କ ସେବା କରିବାର ଦାୟିତ୍ୱ ମିଳିଛି । ଆସନ୍ତା ଦିନରେ ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯିବ। ଥାନାରେ ପୋଲିସ ଓ ଜନସାଧାରଣଙ୍କ ସମ୍ପର୍କ ସୁଦୃଢ଼ କରିବାକୁ ନେଇ କାମ କରାଯିବ।

Tags: