କ୍ୟାପିଟାଲ ହସ୍ପିଟାଲ ଚତୁର୍ପାଶ୍ୱରୁ ଜବର ଦଖଲ ଉଚ୍ଛେଦ
ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିକଟରେ ବିଏମସିର ବଡ଼ ଧରଣର ଉଛେଦ ଅଭିଯାନ । ଡ୍ରେନ ଉପରେ ଅବରୋଧ କରିଥିବା ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବୁଲିଲା ବୁଲଡୋଜର। ମେୟର ଓ କମିଶନରଙ୍କ ଉପସ୍ଥିତିରେ ଚାଲିଛି ଘର ଓ ଦୋକାନ ଘର ଉଚ୍ଛେଦ ପ୍ରକ୍ରିୟା । ବହୁଦିନ ଧରି ଜୋର ଦଖଲ କରି ରଖାଯାଇଥିବା ଅବୈଧ ଗଠନକୁ ହଟାଯାଉଛି । କ୍ୟାପିଟାଲ ହସ୍ପିଟାଲ ପଛପଟେ ଥିବା ରାସ୍ତାକୁ ମାଡ଼ିଥିବା ଗଛ କଟାଯିବା ସହ ଡ୍ରେନ ସଫା କରାଯାଇଛି ।
କ୍ୟାପିଟାଲ ହସ୍ପିଟାଲ ପଛପଟ ଥିବା ଶବ ବ୍ୟବଚ୍ଛେଦ ଗୃହ ନିକଟ ରାସ୍ତାକୁ ଜବର ଦଖଲମୁକ୍ତ କରାଯାଇଛି । ସ୍ଥାନୀୟ ଲୋକ ଡ୍ରେନ ଏବଂ କଞ୍ଜରଭେଂସି ଲେନକୁ ମାଡିକି ଘର କରିଥିଲେ। ଯାହାକୁ ଆଜି ଭାଙ୍ଗିଛି ବିଏମସି। ସେହିପରି ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡି, ଆମ୍ବୁଲାନ୍ସ କଫିଁନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବିଏମସିର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏ ସବୁକୁ ଉଛେଦ କରିଛି।
Tags:



