ବିଶିଷ୍ଟ ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କ ପରଲୋକ
କଟକ: ଓଡ଼ିଆ ଚଳଚ୍ଚିତ୍ର ଏବଂ ଧାରାବାହିକ ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କର ପରଲୋକ ଘଟିଛି । କଟକ ସ୍ଥିତ ସିଡିଏ- ୯ ନମ୍ବର ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସେ କାନାରା ବ୍ୟାଙ୍କରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ତାଙ୍କ ପତ୍ନୀ ଓ ଜଣେ ପୁତ୍ର ସନ୍ତାନ ଅଛନ୍ତି । ସେ ସଂଳାପ ଲେଖିବା ସହିତ ଥିଲେ ଜଣେ ଅଭିନେତା, […]
କଟକ: ଓଡ଼ିଆ ଚଳଚ୍ଚିତ୍ର ଏବଂ ଧାରାବାହିକ ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କର ପରଲୋକ ଘଟିଛି । କଟକ ସ୍ଥିତ ସିଡିଏ- ୯ ନମ୍ବର ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସେ କାନାରା ବ୍ୟାଙ୍କରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ତାଙ୍କ ପତ୍ନୀ ଓ ଜଣେ ପୁତ୍ର ସନ୍ତାନ ଅଛନ୍ତି ।
ସେ ସଂଳାପ ଲେଖିବା ସହିତ ଥିଲେ ଜଣେ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର, ସଂଗୀତକାର ଓ ଚିତ୍ରନାଟ୍ୟକାର । ପ୍ରାୟ ୭୦ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ ସଂଳାପ ଲେଖିଛନ୍ତି । ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ନିର୍ଦ୍ଦେଶକ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ‘ଗୋପରେ ବଢୁଛି କଳା କହ୍ନେଇ’ ।
ସଂଳାପ ଦେଇଥିବା ତାଙ୍କର କିଛି ସିନୋମା ମଧ୍ୟରେ ‘ପ୍ରେମୀ ନମ୍ବର-୧’, ‘ବର୍ଷା ମାଇଁ ଡାର୍ଲିଂ’ , ‘ପ୍ରେମ ଋତୁ ଆସିଲାରେ’, ‘ମୋତେ ତ ଲଭ୍ ହେଲାରେ’ , ‘ମୁଁ ତତେ ଲଭ୍ କରୁଛି’ ,‘୧୪୩ ଆଇ ଲଭ୍ ୟୁ’ , ‘ଡନ୍’ ଆଦି ବହୁ ଲୋକପ୍ରିୟ ହୋଇଥିଲା । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଓ ନାଟ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି ।




