ନିର୍ବାଚନୀ ଅନିୟମିତତା,୨ ବିଜେପି ନେତାଙ୍କ ବିରୋଧରେ ଚାଲିବ ମାମଲା

ନିର୍ବାଚନୀ ଅନିୟମିତତା,୨ ବିଜେପି ନେତାଙ୍କ ବିରୋଧରେ ଚାଲିବ ମାମଲା

ଭୁବନେଶ୍ୱର : ପାଟଣାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲା । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ଚାଲିବ ମାମଲା । ଉଭୟଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ବିନା ଶୁଣାଣିରେ ମାମଲା ଖାରଜ ପାଇଁ ଉଭୟ ଆବେଦନ କରିଥିଲେ ଉଭୟ ନେତା । 

ସମ୍ବନ୍ଧିତ ଖବର ବିଦ୍ୟାଳୟ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ

 ଉପମୁଖ୍ୟମନ୍ତ୍ରୀଙ୍କ କେ.ଭି ସିଂହଦେଓ ବିରୋଧରେ ଚାଲିବ ନିର୍ବାଚନୀ ମାମଲା । ମୂଳ ମାମଲା ଖାରଜ ପାଇଁ ହୋଇଥିବା ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ପରାଜିତ ପ୍ରାର୍ଥୀ ସରୋଜ ମେହେର ।  

ସମ୍ବନ୍ଧିତ ଖବର 'ଆମବସ' ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ସେହିଭଳି କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ବିଜେପି ବିଧାୟକ ଲକ୍ଷ୍ମଣଙ୍କ ବିରୋଧରେ ଚାଲିବ ନିର୍ବାଚନୀ ମୋକଦ୍ଦମା । ଲକ୍ଷ୍ମଣଙ୍କ ଆବେଦନକୁ ଆଗ୍ରହ୍ୟ କରିଛନ୍ତି ହାଇକୋର୍ଟ । ମୂଳ ନିର୍ବାଚନୀ ମାମଲାକୁ ଖାରଜ ପାଇଁ ଆବେଦନ କରିଥିଲେ ଲକ୍ଷ୍ମଣ ବାଗ୍ । କଣ୍ଟାବାଞ୍ଜିର ଜଣେ ଭୋଟର ଦାୟର କରିଛନ୍ତି ନିର୍ବାଚନୀ ମାମଲା । ୨୦୨୪ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ ଲକ୍ଷ୍ମଣ ବାଗ୍ ।

ସମ୍ବନ୍ଧିତ ଖବର ଦିନ ୧୧.୩୦ ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

Tags: