ଭୋଟ ହିଂସାକୁ ନେଇ ନିର୍ବାଚନ କମିଶନରଙ୍କ ଭିନ୍ନ ମତ
ଭୁବନେଶ୍ୱର: ଫେବୃଆରୀ ୧୯: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ବୁଥରେ ଦେଖାଦେଇଛି ବିଭିନ୍ନ ହିଂସା । କୋଉଠି ମାର-ପିଟ ତ କୋଉଠି ହତ୍ୟା ଧମକ ଦିଆଯାଉଥିବାବେଳେ ନିର୍ବାଚନକୁ ନେଇ ନିର୍ବାଚନ କମିଶନଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ । ନିର୍ବାଚନ କମିଶନର କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଭୋଟ ଗ୍ରହଣ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, କାଁ ଭାଁ ଘଟଣାକୁ […]
ଭୁବନେଶ୍ୱର: ଫେବୃଆରୀ ୧୯: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ବୁଥରେ ଦେଖାଦେଇଛି ବିଭିନ୍ନ ହିଂସା । କୋଉଠି ମାର-ପିଟ ତ କୋଉଠି ହତ୍ୟା ଧମକ ଦିଆଯାଉଥିବାବେଳେ ନିର୍ବାଚନକୁ ନେଇ ନିର୍ବାଚନ କମିଶନଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ । ନିର୍ବାଚନ କମିଶନର କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଭୋଟ ଗ୍ରହଣ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, କାଁ ଭାଁ ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଛି । ଯାଜପୁର, ଜଗତସିଂହପୁରର କିଛି ସ୍ଥାନରେ ବାଧା ଉପୁଜିବା ଖବର ଆସିଛି । ବାଲଟ ପେପର ତ୍ରୁଟି ପାଇଁ ୨/୩ଟି ଜାଗାରେ ପୁନଃ ଭୋଟ୍ ଆବଶ୍ୟକ ପଡ଼ିପାରେ । ଏନେଇ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନର ।




