ଏସଆଇ ପ୍ରଶ୍ନ ପତ୍ର ଲିକ୍ ମାମଲାରେ ୧୨ ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ

ଏସଆଇ ପ୍ରଶ୍ନ ପତ୍ର ଲିକ୍ ମାମଲାରେ ୧୨ ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ
Samaya Live News Picture
Published On

ଭୁବନେଶ୍ୱର : ଓଡ଼ିଶା ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା EDର ବଡ଼ କାର୍ଯ୍ୟାନୁଷ୍ଠାନ । ମନି ଲଣ୍ଡ୍ରିଂ ମାମଲାରେ ଗୁରୁବାର ଓଡ଼ିଶା ଓ ପଶ୍ଚିମବଙ୍ଗରେ ମୋଟ ୧୨ଟି ସ୍ଥାନରେ ଏକକାଳୀନ ଯାଞ୍ଚ କରିଛି ଇଡି । ସିଲିକନ୍ ଟେକ୍ ଲ୍ୟାବ୍, ପଞ୍ଚସଫ୍ଟ ଟେକ୍ନୋଲୋଜି ଓ ପିଏସଆଇଏଲ୍ ଇଣ୍ଟରନେସନାଲ୍ ସହିତ ଜଡ଼ିତ ସ୍ଥାନରେ ଗୁଡ଼ିକରେ ଚଢାଉ କରାଯାଇଛି । 

ଇଡି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବୈଦ୍ୟୁତିକ ଉପକରଣ ଏବଂ ବିଭିନ୍ନ ରେକର୍ଡ ଯାଞ୍ଚ କରୁଛି । ଏସ୍ଆଇ ପରୀକ୍ଷାରେ ଦଲାଲମାନେ ପ୍ରତି ପରୀକ୍ଷାର୍ଥୀଙ୍କ ପିଚ୍ଛା ୧୫ରୁ ୩୦ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ଦେବା ନେଇ ପ୍ରତିଶ୍ରୁତି ଦିଆଯାଇଥିବାର ଅଭିଯୋଗ ହୋଇଥିଲା । ଏହି ଆର୍ଥିକ କାରବାର ନେଇ ଇଡି ଘାଣ୍ଟୁଛି । ଏହି ଦୁର୍ନୀତି ସହ ଜଡ଼ିତ ଆର୍ଥିକ କାରବାର, ଅର୍ଥର ଉତ୍ସ ଏବଂ ଏଥିରୁ ମିଳିଥିବା ଟଙ୍କାର ସମ୍ଭାବ୍ୟ ବ୍ୟବହାର ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ପ୍ରଶ୍ନପତ୍ର ଯୋଗାଇ ଦେବା ବଦଳରେ ସଂଗୃହୀତ ହୋଇଥିବା ଟଙ୍କା କେଉଁ ମାଧ୍ୟମରେ ହସ୍ତାନ୍ତର କରାଯାଇଥିଲା, ତାହା ନିର୍ଦ୍ଧାରଣ କରିବା ପାଇଁ ମଧ୍ୟ ତଦନ୍ତକାରୀ ସଂସ୍ଥା କାର୍ଯ୍ୟ କରୁଛି।

ଗତ ୯ ତାରିଖ ଦିନ ମଧ୍ୟ ଇଡି ୧୦ଟି ଠିକଣାରେ ଚଢ଼ଉ କରିଥିଲା । ଓଡ଼ିଶା ଏବଂ କୋଲକାତାରେ ଇଡି ଚଢ଼ଉ କରିଥିଲା । ମୁଖ୍ୟ ଦଲାଲ ମୁନା ମହାନ୍ତି, ପଞ୍ଚସଫ୍ଟ ଟେକ୍ନୋଲୋଜି କମ୍ପାନୀର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକଲାବର ପରିଚାଳନା ନିର୍ଦ୍ଦେଶକ ସୁରେଶ ନାୟକଙ୍କ କାର୍ଯ୍ୟାଳୟ ସହିତ ବାସଭବନରେ ଚଢ଼ଉ ହୋଇଥିଲା । ଏହି ମାମଲାରେ ସିବିଆଇ ମଧ୍ୟ ତଦନ୍ତ ଜାରି ରଖିଛି । 

 

 

Tags: