ଅର୍ଥନୈତିକ ସର୍ଭେ ରିପୋର୍ଟ,ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ

ବିକଶିତ ଓଡିଶା ମୁହାଁ ରାଜ୍ୟ,ଶ୍ରମ ଶକ୍ତି ଭାଗିଦାରୀ,ମହିଳା ସ୍ୱାବଲମ୍ବୀ,ସରକାରୀ ଓ ବେସରକାରୀ ପୁଞ୍ଜିନିବେଶର ବୃଦ୍ଧି

ଅର୍ଥନୈତିକ ସର୍ଭେ ରିପୋର୍ଟ,ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ

ଭୁବନେଶ୍ୱର : ଆଜି ବଜେଟ ଅଧିବେଶନର ତୃତୀୟ ଦିନ । ଆସନ୍ତା କାଲି ଗୃହରେ ଉପସ୍ଥାପନ ହେବ ବଜେଟ୍ । ହେଲେ ଏହା ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୫-୨୬ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ବିଧାନସଭାରେ ରଖିଛନ୍ତି । 

ସମ୍ବନ୍ଧିତ ଖବର ୫ ଓଏଏସ ଅଧିକାରୀଙ୍କ ବିଭାଗ ବଦଳି

ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୫-୨୬ର ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟର ଆର୍ଥିକ ଅଭିବୃଦ୍ଧି ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୮୬ ହଜାର ୭୬୧ ଟଙ୍କାରେ ପହଞ୍ଚିଛି । ଯାହାକି ଜାତୀୟ ହାରଠାରୁ ଅଧିକ । ସର୍ବଭାରତୀୟ ସ୍ତରରେ ଏହି ସମୟରେ ମୁଣ୍ଡ ପିଛା ଆୟ ୬.୯ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୯.୨ ପ୍ରତିଶତ ରହିଛି ।

ସମ୍ବନ୍ଧିତ ଖବର ତିନି ମାସ ପରେ ସ୍ୱାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର

ବର୍ତ୍ତମାନର ମୂଲ୍ୟରେ ଓଡିଶାର ଅର୍ଥନୀତିର ଆକାର ୨୦୨୫-୨୬ରେ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ୨୦୨୪-୨୫ର ୯ ଲକ୍ଷ କୋଟି ଟଙ୍କାଠାରୁ ୯.୫% ବୃଦ୍ଧି ପାଇଛି । 
                  
୨୦୨୫-୨୬ର ଅର୍ଥନୈତିକ ସର୍ଭେ ରିପୋର୍ଟରେ ବଢୁଛି ରାଜ୍ୟ ଅର୍ଥନୀତିର ଆକାର। ୨୦୨୫-୨୬ରେ ଓଡିଶାର ଜିଏସଡିପି ୯.୯ ଲକ୍ଷ କୋଟି ଟଙ୍କା ହେବା ଆକଳନ କରାଯାଉଛି । ବାସ୍ତବ ଆର୍ଥିକ ବୃଦ୍ଧିହାର ୭.୯%, ଯାହା ଜାତୀୟ ହାରଠାରୁ ଅଧିକ। ରାଜ୍ୟରେ ସରକାରୀ ଓ ବେସରକାରୀ ପୁଞ୍ଜିନିବେଶର ବୃଦ୍ଧି ଘଟିଛି। ସେହିପରି ମୁଣ୍ଡପିଛା ଆୟ ୧ ଲକ୍ଷ ୮୬ ହଜାର ୭୬୧ ଟଙ୍କାକୁ ବୃଦ୍ଧି ହୋଇଛି। କୃଷି କ୍ଷେତ୍ରରେ ବି ରାଜ୍ୟ ସରକାରଙ୍କ ଭଲ ଉପଲବ୍ଧି ରହିଛି। ରାଜ୍ୟ ଅର୍ଥନୀତିରେ କୃଷିର ଅବଦାନ ୧୯.୬% ରହିଥିବା ବେଳେ ଖାଦ୍ୟଶସ୍ୟ ଉତ୍ପାଦନ ୧୫୦.୫ ଲକ୍ଷ ମେଟ୍ରିକ୍ ଟନ୍ ରହିଛି। ଧାନ, ମାଣ୍ଡିଆ କ୍ରୟ ବୃଦ୍ଧି; କୃଷକଙ୍କୁ ଉଚ୍ଚ ଏମଏସପି ଓ ସବସିଡି ଦିଆଯାଉଛି। ଫସଲ ବିବିଧକରଣ ଓ ଜଳସେଚନ କ୍ଷମତା ବୃଦ୍ଧି ଘଟିଛି। ଦୁଗ୍ଧ, ଅଣ୍ଡା ଓ ମାଛ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଓଡିଶା ଦେଶର ଚତୁର୍ଥ ସର୍ବବୃହତ୍ ମତ୍ସ୍ୟ ଉତ୍ପାଦକ ସାମୁଦ୍ରିକ ରପ୍ତାନିରେ ବୃଦ୍ଧି ହୋଇଛି। 

ସମ୍ବନ୍ଧିତ ଖବର ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରା ସହାୟତା ରାଶିର ୪ର୍ଥ କିସ୍ତି

ଜିଏସଭିଏରେ ଶିଳ୍ପର ଅବଦାନ ୪୧.୩ ପ୍ରତିଶତ ରହିଛି। ୨୪୪ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ବ୍ୟବସାୟ ସୁଧାର ଓ ନୂତନ ଶିଳ୍ପ ନୀତି ପ୍ରବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସେବା କ୍ଷେତ୍ର ଓ ଡିଜିଟାଲ ଉନ୍ନତି ହୋଇଛି। ସେବା କ୍ଷେତ୍ରର ବୃଦ୍ଧି ୯.୩ ପ୍ରତିଶତ ରହିଛି।

ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଓ ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରିଛନ୍ତି। ଶିକ୍ଷା ବଜେଟରେ ୩୮% ବୃଦ୍ଧି ହୋଇଛି। ଉଚ୍ଚ ଶିକ୍ଷାରେ ୩୪ ପ୍ରତିଶତ ଅନୁସଚିତ ଜାତି ଓ ଜନଜାତୀଙ୍କୁ ଭତ୍ତି କରାଯାଇଛି।ବିଦ୍ୟାଳୟ ଭିତ୍ତିଭୂମି ଓ ଡିଜିଟାଲ ସୁବିଧା ବୃଦ୍ଧି କରିଛନ୍ତି। ବିଶ୍ୱ କୌଶଳ କେନ୍ଦ୍ର ମାଧ୍ୟମରେ ଉଚ୍ଚ ନିଯୁକ୍ତି ହାର ବଢିଛି।  ମହିଳାଙ୍କୁ ସୁଭଦ୍ରା ଓ ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ଆର୍ଥିକ ସ୍ୱାଧୀନତା ଦିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତିରେ ଉନ୍ନତି ଘଟିଛି। 

Tags: