୧୨ ତାରିଖରୁ ୬ଟି ସ୍ଥାନରେ ବନ୍ଦ ହେବ ଇକୋରିଟ୍ରିଟ୍‌

୧୨ ତାରିଖରୁ ୬ଟି ସ୍ଥାନରେ ବନ୍ଦ ହେବ ଇକୋରିଟ୍ରିଟ୍‌

ଭୁବନେଶ୍ବର: ଚଳିତମାସ ୧୨ ତାରିଖରେ ୬ଟି ସ୍ଥାନରେ ଇକୋରିଟ୍ରିଟ୍‌ ବନ୍ଦ ହେବ। ମାର୍ଚ୍ଚ ୧୨ରେ କୋଣାର୍କର ଇକୋରିଟ୍ରିଟ୍‌ ବନ୍ଦ କରାଯିବ। ଗତବର୍ଷ ଆଜି ତାରିଖ ସୁଦ୍ଧା ଇକୋରିଟ୍ରିଟ୍‌ ପାଇଁ ୬୦% ବୁକିଂ ହୋଇଥିବା ବେଳେ ଚଳିତବର୍ଷ ସେହି ସମୟ ମଧ୍ୟରେ ୭୦% ବୁକିଂ ହୋଇଛି। ରାଜ୍ୟ ଭିତରୁ ୫୫% ପର୍ଯ୍ୟଟକ ଇକୋରିଟ୍ରିଟ୍‌ ପ୍ରତି ଆକୃଷ୍ଟ ହୋଇଥିବା ବେଳେ ଚଳିତବର୍ଷ ପଶ୍ଚିମବଙ୍ଗ, ଦିଲ୍ଲୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଆନ୍ଧ୍ର ଆଦି ରାଜ୍ୟର ପର୍ଯ୍ୟଟକ ଇକୋରିଟ୍ରିଟ୍‌ର ମଜା ନେଇଛନ୍ତି । ବାହାର ରାଜ୍ୟ ମଧ୍ୟରୁ ପଶ୍ଚିମବଙ୍ଗରୁ ସର୍ବାଧିକ ୧୨% ଓ ମହାରାଷ୍ଟ୍ରରୁ ୫% ପର୍ଯ୍ୟଟକ ଇକୋରିଟ୍ରିଟ୍ ମଜା ନେଇଛନ୍ତି । ଚଳିତବର୍ଷ ଇକୋରିଟ୍ରିଟ୍‌ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିନଥିଲେ ମଧ୍ୟ ବାହାର ରାଜ୍ୟର ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିପାରିଛି। 

ସମ୍ବନ୍ଧିତ ଖବର ଆଜି ନାମାଙ୍କନ ଭରିବେ ୫ ରାଜ୍ୟସଭା ପ୍ରାର୍ଥୀ

ସେହିପରି ୭ଟି ଇକୋରିଟ୍ରିଟ୍‌ ମଧ୍ୟରୁ ଭିତରକନିକା ଚଳିତବର୍ଷ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥିବା ବେଳେ ଏହାର ସର୍ବାଧିକ ବୁକିଂ ୭୬% ରହିଛି। ଗତବର୍ଷ ଭିତରକନିକାରେ ୬୫% ବୁକିଂ ହୋଇଥିଲା। ସେହିପରି ଅନ୍ୟ ଇକୋରିଟ୍ରିଟ୍‌ ତୁଳନାରେ ହୀରାକୁଦ ଇକୋରିଟ୍ରିଟ୍‌ର ବୁକିଂ ସର୍ବନିମ୍ନ ୬୦% ରହିଛି। ଗତବର୍ଷ ହୀରାକୁଦର ବୁକିଂ ୪୩% ହୋଇଥିବା ବେଳେ ଗତବର୍ଷ ତୁଳନାରେ ଏହାର ବୁକିଂ ସଂଖ୍ୟା ଏଥର ବୃଦ୍ଧି ପାଇଥିଲା ।

ସମ୍ବନ୍ଧିତ ଖବର ପୁଣି ସ୍କୁଲରେ ରାଗିଙ୍ଗ ଅଭିଯୋଗ

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୧୫ରେ ଦାରିଙ୍ଗବାଡ଼ି, ହୀରାକୁଦ, ସାତକୋଶିଆ, ଭିତରକନିକା, ପତିସୋନାପୁର ଏବଂ ପୁଟସିଲ୍‌ ଆଦି ୬ଟି ସ୍ଥାନରେ ଇକୋରିଟ୍ରିଟ୍‌ ଆରମ୍ଭ ହୋଇଥିଲା। ସେହିପରି ଡିସେମ୍ବର ୧୩ରେ କୋଣାର୍କରେ ଇକୋରିଟ୍ରିଟ୍‌ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୧୨ରେ ଇକୋରିଟ୍ରିଟ୍‌ ବନ୍ଦ ହେବା ନେଇ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର ଫେରାର ଅସ୍ତରଙ୍ଗ IIC ଙ୍କ ଆତ୍ମସମର୍ପଣ

 

Tags: