କଲକତାରେ ଭୂ-କମ୍ପ ଝଟକା,ରିକ୍ଟର ସ୍କେଲରେ ୫.୦ ତ୍ରୀବ୍ରତା ରେକର୍ଡ

କଲକତାରେ ଭୂ-କମ୍ପ ଝଟକା,ରିକ୍ଟର ସ୍କେଲରେ ୫.୦ ତ୍ରୀବ୍ରତା ରେକର୍ଡ
Samaya Live News Picture
Published On

ପଶ୍ଚିମବଙ୍ଗ : ଭୂମିକମ୍ପରେ ଥରିଲା କୋଲକାତା । ଆଜି ଅପରାହ୍ନ ପାଖାପାଖି ୧.୨୦ ବେଳେ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ପ୍ରାୟ ୪.୮ ରୁ ୫.୦ ମଧ୍ୟରେ ରେକର୍ଡ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ କିମ୍ବା ମିଆଁମାର ସୀମାନ୍ତରେ ଥିବା ଅନୁମାନ କରାଯାଉଛି । ପ୍ରାୟ ୫ ରୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଘରର ଆସବାବପତ୍ର ହଲିବା ସହ ଲୋକମାନେ ଭୟଭୀତ ହୋଇ ବହୁତଳ ବିଲଡିଂ ରୁ ରାସ୍ତାକୁ ଓହ୍ଲାଇ ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ, କିନ୍ତୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି।

ସେପଟେ ଓଡ଼ିଶାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ। ଆଜି ଅପରାହ୍ନ ପ୍ରାୟ ୧ଟା ୨୩ ମିନିଟ୍ ସମୟରେ ଭୂମିକମ୍ପ ଝଟକା ଲୋକେ ଅନୁଭବ କରିଥିଲେ। ପ୍ରାୟ ଦୁଇ ସେକେଣ୍ଡ ପର୍ଯ୍ୟନ୍ତ ଭୂମି କମ୍ପିଥିବା କୁହାଯାଉଛି । ଏହିକ୍ରମରେ କଟକରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ତେବେ କେତେ ତିବ୍ରତାରେ ଭୂକମ୍ପ ଝଟ୍‌କା ହୋଇଛି । ତାହା ସ୍ପଷ୍ଟ ହୋଇନାହିଁ । 

Tags: