ଡିସେମ୍ବର ୩୧ ଯାଏଁ ଇ-କେୱାଇସି ବୃଦ୍ଧି

ଡିସେମ୍ବର ୩୧ ଯାଏଁ ଇ-କେୱାଇସି ବୃଦ୍ଧି

ଭୁବନେଶ୍ୱର : ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ ଇ-କେୱାଇସି ପ୍ରକ୍ରିୟା ।  ଆଜି ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ଇ-କେଓ୍ବାଇସି ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡ ବାତିଲ କରାଯାଇଛି। ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୯୯ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪ ହଜାର ୭୪୭ ଜାଲ୍ ରାସନ କାର୍ଡ ଧରାପଡିଛି । ସେହିପରି ଦ୍ୱିତୀୟ ରେ କଟକ ରୁ ୨୯୦୫ ଗୋଟି ଜାଲି କାର୍ଡ ଧରା ପଡିଛି । ତୃତୀୟ ରେ ରହିଛି ସୁନ୍ଦର ଗଡ଼ ଜିଲ୍ଲା ଯେଉଁଠି ୨୩୫୭ ଗୋଟି ଜାଲି ରାସନ କାର୍ଡ ଧରା ପଡ଼ିଛି ।  

Read More ବିଧାନସଭାରେ ଅନୁମୋଦନ ଲାଭ କଲା ଓଡିଶା ଜନ ବିଶ୍ୱାସ ବିଲ - ୨୦୨୫

ଯୋଗାଣ ମନ୍ତ୍ରୀ କହିଛନ୍ତି ଜୁନ୍ ୨୦୨୪ ଠାରୁ ରାସନ କାର୍ଡ଼ ପାଇଁ ମୋଟ ୧୫ ଲକ୍ଷ ୩୩ ହଜାର ୧୫୩ ଗୋଟି ଆବେଦନ ହସ୍ତଗତ ହୋଇଛି ।   ତନ୍ମଧ୍ୟରୁ, ୩ ଲକ୍ଷ ୨୩ ହଜାର ୧୪୫ ଗୋଟି ଆବେଦନ ଯାହାର ପରିବାର ସଦସ୍ୟ ସଂଖ୍ୟା ୬ ଲକ୍ଷ ୩୯ ହଜାର ୮୨୭ ଗୁଡିକ କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ବିବେଚିତ ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇଛି ।

Read More ରାଜ୍ୟରେ ଚାଲିଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି - ମନ୍ତ୍ରୀ

 

Read More ବିଧାନସଭାରେ ଉଠିଲା ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା

Tags: