ଅଫଲାଇନରେ ପୈଠ କରିହେବ ଇ- ଚାଲାଣ

ଅଫଲାଇନରେ ପୈଠ କରିହେବ ଇ- ଚାଲାଣ
Samaya Live News Picture
Published On

ଭୁବନେଶ୍ଵର: ଅନଲାଇନ ସହିତ ଏଣିକି ଅଫଲାଇନରେ ବି ପୈଠ କରିପାରିବେ ଇ-ଚାଲାଣ  । ଜନସାଧାରଣଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ବିଭାଗ । ଏଥିପାଇଁ ଆଞ୍ଚଳି ପରିବହନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମୋବାଇଲ ନମ୍ବର ଅପଡେଟ ରଖି ନଥିବାରୁ ଓଟିପି ପାଉନଥିବା ଗାଡି ମାଲିକ ଓ ଦୁର୍ବଳ ଇଣ୍ଟରନେଟ ଅଞ୍ଚଳରେ ଲୋକଙ୍କ ପାଇଁ ଅଫଲାଇନ ସହାୟକ ହେବ ବୋଲି କୁହାଯାଇଛି । ଅନଲାଇନରେ ପୂର୍ବଭଳି https://echallan.parivahan.gov.in/ ରେ ଇ-ଚାଲାଣ ପୈଠ କରିହେବ ।

ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ଯାଞ୍ଚ କଡାକଡି କରାଯାଇଛି। ପ୍ରଦୂଷଣ ପ୍ରମାଣପତ୍ର ନିଥିବା ଗାଡିରେ ମୋଟା ଅଙ୍କର ଜରିମାନା ଲାଗୁଛି। ସେଥିପାଇଁ ବର୍ତ୍ତମାନ ସବୁଆଡେ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଲମ୍ବା ଲମ୍ବା ଧାଡ଼ି ଲାଗୁଛି । ତେବେ ଯେଉଁ ଗାଡ଼ିରେ ପୂର୍ବରୁ ଚାଲାଣ କଟିଛି, ସେହି ଗାଡ଼ି ଗୁଡିକୁ ପ୍ରଦୂଷଣ ପ୍ରମାଣପତ୍ର ମିଳିପାରୁନାହିଁ। ଯାହାଫଳରେ ଗାଡ଼ି ମାଲିକମାନେ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି। ସେଥିପାଇଁ ଗାଡ଼ି ମାଲିକମାନେ ଅନଲାଇନ ମାଧ୍ୟମରେ ଚାଲାଣ ପୈଠ କରୁଛନ୍ତି। କିନ୍ତୁ ଅନେକ ଲୋକ ଅନଲାଇନ ମାଧ୍ୟମରେ ଚାଲାଣ ପୈଠ କରିବାରେ ଅସମର୍ଥ ହେଉଛନ୍ତି। କାରଣ କୌଣସି ଗାଡ଼ି ମାଲିକମାନଙ୍କ ପାଖରେ OTP ପାଇଁ ମୋବାଇଲ ନମ୍ବର ଅପଡେଟ ନାହିଁ ତ କୌଣସି ଗାଡ଼ି ମାଲିକମାନଙ୍କ ଅଞ୍ଚଳରେ ଦୁର୍ବଳ ଇଣ୍ଟରନେଟ ଯୋଗୁଁ ସମସ୍ୟା ବଢୁଛି। ତେବେ ଏସବୁର ସମାଧାନ ପାଇଁ ପରିବହନ ବିଭାଗ ପକ୍ଷରୁ ଜନସାଧାରଣଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ ବ୍ୟବସ୍ଥା କରାଯାଇଛି। ଏନେଇ RTOଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। 

Tags: