ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ

ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ
Samaya Live News Picture
Published On

ଭୁବନେଶ୍ୱର : ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ । ଏନେଇ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପୂର୍ବରୁ E10 ପେଟ୍ରୋଲ ବିକ୍ରି ହେଉଥିଲା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ବୁଧବାରଠାରୁ ଓଡ଼ିଶା ସମେତ ଦେଶବ୍ୟାପୀ ପେଟ୍ରୋଲ ପମ୍ପଗୁଡ଼ିକରେ ଇଥାନଲ୍ ମିଶ୍ରିତ E20 ପେଟ୍ରୋଲ ଯୋଗାଇ ଦିଆଯାଉଛି।

ପେଟ୍ରୋଲରେ ଅଧିକ ପରିମାଣର ଇଥାନଲ ମିଶାଗଲେ, ଧୀରେ ଧୀରେ ପେଟ୍ରୋଲ ନିର୍ଭରଶୀଳତା କମିଯିବ। ମଧ୍ୟପ୍ରାଚ୍ୟରୁ ତୈଳ ଆମଦାନୀ ବାବଦରେ ଶହ ଶହ କୋଟିର ଯେଉଁ କାରବାର କରୁଛି ଭାରତ, ସେଥିରେ ବଡ଼ ସଞ୍ଚୟ କରିପାରିବ । ସାଧାରଣତଃ ଆଖୁ, ମକା ଓ ଅନ୍ୟ ଶସ୍ୟର ଖଦଡ଼ାରୁ ଇଥାନଲ ପ୍ରସ୍ତୁତ ହେଉଥିବାରୁ ଏହାର ଅଧିକ ଉତ୍ପାଦନ କୃଷି ଅର୍ଥନୀତିରେ ଅଭିବୃଦ୍ଧି ମଧ୍ୟ ଆଣିବ ।

ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରି ବିକ୍ରି କରିବାର ଲକ୍ଷ୍ୟ ହେଲା ଅଶୋଧିତ ପେଟ୍ରୋଲ ଆମଦାନୀ ହ୍ରାସ କରିବା ।  ତେବେ E 20 ପେଟ୍ରୋଲ ଯୋଗୁ ଇଞ୍ଜିନର ଦକ୍ଷତା ବଢ଼ିବା ସହ ମାଇଲେଜ୍ ମଧ୍ୟ ବଢ଼ିବ ।  ଯାହା ଦ୍ୱାରା ବାୟୁ ପ୍ରଦୂଷଣ ମଧ୍ୟ କମିବ ।  

Tags: