ଏପ୍ରିଲ ୧ରୁ ନିଶା ମୁକ୍ତ ଅଭିଯାନ
ଶିକ୍ଷାନୁଷ୍ଠାନ ର ୫୦୦ ମିଟର ଭିତରେ ନିଶା ଦ୍ରବ୍ୟ ବିକ୍ରି ଉପରେ ରୋକ
ଭୁବନେଶ୍ୱର : ନିଶା ମୁକ୍ତ ହେବ ଓଡିଶା। ଏପ୍ରିଲ ୧ରୁ ଅଭିଯାନ ଆରମ୍ଭ। ଆସନ୍ତା ୩ ବର୍ଷ ଭିତରେ ନିଶା ବା ଗଞ୍ଜେଇର ମୂଳପୋଛ ପାଇଁ ଆରମ୍ଭ ହେବ ଅଭିଯାନ । ୩ ମାସ ଭିତରେ ସମସ୍ତ ନିଶା ଦ୍ରବ୍ୟ ନଷ୍ଟ କରିବୁ ବୋଲି କହିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ। ଶିକ୍ଷାନୁଷ୍ଠାନ ର ୫୦୦ ମିଟର ଭିତରେ ନିଶା ଦ୍ରବ୍ୟ ବିକ୍ରି ଉପରେ ଡ୍ରାଇଭ ଚାଲିଥିଲା ଆଗକୁ ମଧ୍ୟ ଚାଲିବ ବୋଲି କହିଛନ୍ତି ।
ସିଂଥେଟିକ ଡ୍ରଗ୍ସ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଆଦି ପଡ଼ୋଶୀ ରାଜ୍ୟରୁ ଆସୁଛି। ବ୍ରାଉନସୁଗାର ବିକ୍ରି ବଢୁଛି । ଆମ ରାଜ୍ୟରେ ଯେପରି ସିନ୍ଥେଟିକ ଡ୍ରଗ୍ସ ପଶି ସେଥିପାଇଁ ପ୍ରୟାସ କରାଯାଉଛି । ଶିକ୍ଷାନୁଷ୍ଠାନର ୫୦୦ ମିଟର ଭିତରେ ନିଶା ବିକ୍ରି ହେଲେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ଡିଜିପି। ଏଥିପାଇଁ ସମସ୍ତ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Tags:



