ଶିକ୍ଷାନୁଷ୍ଠାନର ୫୦୦ମିଟର ଭିତରେ ହୋଇପାରିବ ନାହିଁ ନିଶା କାରବାର
ଭୁବନେଶ୍ୱର : ନିଶା କାରବାରକୁ ନେଇ ପୁଣି ଆରମ୍ଭ ହୋଇଛି ସ୍ପେସିଆଲ ଡ୍ରାଇଭ୍ । ଆକ୍ସନ ମୋଡ୍ ରେ ଡ୍ରଗ୍ସ ବିଭାଗ । ରାଜଧାନୀରେ କମିଶନରେଟ ପୋଲିସ, ହେଲଥ, ଅବକାରୀ ଓ ଡ୍ରଗ୍ସ ସ୍କ୍ୱାଡ଼ର ମିଳିତ ଚଢାଉ । ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଚାଲିଛି ଚଢାଉ । ସ୍କୁଲ ଓ କଲେଜର ୫୦୦ ମିଟର ମଧ୍ୟରେ ନିଶାଦ୍ରବ୍ୟ ବିକ୍ରିକୁ ନେଇ ଲାଗିଛି କଡ଼ା କଟକଣା ।
ଶିକ୍ଷାନୁଷ୍ଠାନ ନିକଟରେ ବିକ୍ରି ହୋଇପାରିବ ନାହିଁ ସିଗାରେଟ, ଗୁଟଖା, ପାନମସଲା, ଗଞ୍ଜେଇ ଓ ଭାଙ୍ଗ ଇତ୍ୟାଦି । ଏନେଇ ଆଜି ଜାଗମରା ITER କଲେଜ ରୋଡ଼ ଓ ଗଣ୍ଡମୁଣ୍ଡା ଅଞ୍ଚଳର ବିଭିନ୍ନ ପାନ ଓ ଷ୍ଟେସନାରୀ ଦୋକାନରେ କମିଶନରେଟ ପୋଲିସ ପକ୍ଷରୁ ରେଡ୍ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ନିଶା କବଳରୁ ଦୁରେଇ ରଖିବା ପାଇଁ ପୋଲିସ ପକ୍ଷରୁ ଏହି ସ୍ପେସିଆଲ ଡ୍ରାଇଭ୍ ଜାରି ରହିଥିବା ବେଳେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଆଜି ଅମାନିଆ ଦୋକାନୀମାନଙ୍କ ଠାରୁ ୫ ହଜାର ଟଙ୍କା ଫାଇନ ଆଦାୟ କରିଛି ଡ୍ରଗ୍ସ ସ୍କ୍ୱାଡ଼ ।
Tags:



