ମହିଳା ଦୃଷ୍ଟିବାଧିତ ବିଜେତା ଦଳକୁ ଶୁଭେଚ୍ଛା ଜଣାଇଲେ ଡଃ ତିରୁପତି ପାଣିଗ୍ରାହୀ

ମହିଳା ଦୃଷ୍ଟିବାଧିତ ବିଜେତା ଦଳକୁ ଶୁଭେଚ୍ଛା ଜଣାଇଲେ ଡଃ ତିରୁପତି ପାଣିଗ୍ରାହୀ

ଭୁବନେଶ୍ୱର : ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରସ୍ଥ ଖେଳ ପଡିଆ ଠାରେ ଜାତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟି-୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ ଓଡିଶା ଚମ୍ପିଆନ୍ ଟ୍ରଫି ହାସଲ କରିଛି । ଓଡିଶା ୩୨ ରନ୍‌ରେ ମଧ୍ୟପ୍ରଦେଶକୁ ହରାଇ ବିଜେତା ହୋଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର ଦିବଙ୍ଗତ ସାମ୍ବାଦିକାଙ୍କ ଆତ୍ମୀୟଙ୍କ ପାଇଁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ପ୍ରଦାନ

WhatsApp Image 2026-01-23 at 4.18.04 PM

ସମ୍ବନ୍ଧିତ ଖବର ନିଜେ ଅନୁଭବ କଲି ଆଗକୁ ବଢ଼ିପାରିବିନି   : ସାଇନା  

ସେହିପରି  ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ, ହାଇଟେକ୍ ଗ୍ରୁପ୍ ଟ୍ରଷ୍ଟି ଡ. ରାକେଶ କୁମାର ପାଣିଗ୍ରାହୀ, ଟ୍ରଷ୍ଟି ବିଶ୍ୱଜିତ୍ ପାଣିଗ୍ରାହୀ, ଜିନ୍ଦଲ ଫାଉଣ୍ଡେସନ୍ ସିଏସ୍‌ଆର ମୁଖ୍ୟ ରିଷି ପଠାନିଆ, ଭାରତୀୟ ଦୃଷ୍ଟି ବାଧିତ କ୍ରିକେଟ ସଂଘ ସଭାପତି ବୁମେ ଗୌଡ, ଶୈଳେନ୍ଦ୍ର ଯାଦବ, ମହିଳା ଓ ଶିଶୁ ବିକାଶ ଅଧ୍ୟକ୍ଷା ମେଜର ଡ. କଳ୍ପନା ଦାସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଉପଶସନ ସଚିବ ବସନ୍ତ ବେହେରା, ଓଡିଶା ଦୃଷ୍ଟିବାଧିତ କ୍ରିକେଟ ସଂଘ ସଭାପତି ମହମ୍ମଦ ଜାଫର ଇକ୍‌ବାଲ ଯୋଗଦେଇ ଚମ୍ପିଆନ୍‌ଓ ରନସ୍‌ଅପ୍ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ବିଜେତା ଦଳକୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ଦିନରୁ ମହିଳା କ୍ରିକେଟ ପ୍ରତିଯୋଗୀମାନଙ୍କୁ ହାଇଟେକ୍ ସାହାଯ୍ୟ ସହଯୋଗର ହାତ ବଢାଇବା ସହିତ ଆଗାମୀ ଦିନରେ ଏହାକୁ ଜାରି ରଖିବ ବୋଲି ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ କହିଛନ୍ତି । ସେହିପରି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ବିଜେତା ଓଡିଶା ଦଳକୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । 

ସମ୍ବନ୍ଧିତ ଖବର ୪ ଲେନ ବିଶିଷ୍ଟ ହେବ ଭୁବନେଶ୍ୱର ନାକା ଗେଟ ରୁ କାଟେଣୀ ରାସ୍ତା

Tags: