କୋଟିଆକୁ ନେଇ ଚୁପ ବସିବୁନି - ଆଇନ ମନ୍ତ୍ରୀ

କୋଟିଆକୁ ନେଇ ଚୁପ ବସିବୁନି - ଆଇନ ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର କୋଟିଆକୁ ନେଇ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦ କ୍ରମେ ଉଗ୍ର ରୂପ ନେଉଥିବା ବେଳେ ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଡ଼ା ଚେତାବନୀ ଦେଇ କହିଛନ୍ତି "କୋଟିଆକୁ ନେଇ ଓଡ଼ିଶା ସରକାର ଚୁପ୍ ବସିବେ ନାହିଁ" ଏବଂ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ।

ମନ୍ତ୍ରୀ କହିଛନ୍ତି ,କୋଟିଆ ବିବାଦ ଦୀର୍ଘ ବର୍ଷର। ଏଥର ଆନ୍ଧ୍ର ନିର୍ବାଚନକୁ ଓଡ଼ିଶା ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ପୂର୍ବ ସରକାର କୌଣସି ପଦକ୍ଷେପ ନ ନେବାରୁ ସବୁ ଲିଗାଲ କେସ୍‌ରେ ହାରିଲୁ ।

ସବୁ ଆଇନଗତ ଦିଗ ବନ୍ଦ ହୋଇଯାଇଛି। ରାଜସ୍ବ ବିଭାଗ ଏହାର ତର୍ଜମା କରିବ। ବିଚାର ବିମର୍ଶ ପରେ ଆଇନଗତ ଦିଗ କ’ଣ ହେବ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି। ବାତ୍ୟା, ବନ୍ୟା ପାଇଁ ଟିକେ ବିଳମ୍ବ ହୋଇଛି, ତଥାପି ଆମେ ଚୁପ ବସିବୁ ନାହିଁ। ମୁଖ୍ୟମନ୍ତ୍ରୀ କୋଟିଆ ସମ୍ପର୍କରେ ସଚେତନ ଅଛନ୍ତି ବୋଲି ଆଇନ ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

ସେହିଭଳି, କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ କରିବା ପାଇଁ ହେଉଥିବା ଉଦ୍ୟମ ଏବଂ ସେଠାକାର ଲୋକଙ୍କୁ ନିଜ ସପକ୍ଷରେ ଭୋଟ୍ ଦେବାକୁ ପ୍ରଭାବିତ କରାଯିବା ଘଟଣା ଉପରେ ସରକାର ନଜର ରଖିଛନ୍ତି । ଆନ୍ଧ୍ର ସୀମା ଭିତରେ କିଏ ଭୋଟ୍ ଦେଉଛନ୍ତି, ସେମାନଙ୍କୁ ଚିହ୍ନଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Tags: