ଗ୍ୟାସ କୁ ନେଇ ଭୟଭୀତ ହୁଅନ୍ତୁ ନାହିଁ - ମନ୍ତ୍ରୀ

ଗ୍ୟାସ କୁ ନେଇ ଭୟଭୀତ ହୁଅନ୍ତୁ ନାହିଁ - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ନାହିଁ ଗ୍ୟାସ ସଙ୍କଟ । ପର୍ଯ୍ୟାପ୍ତ ପରିମାଣର ଗ୍ୟାସ ମହଜୁଦ ଅଛି । ତେଣୁ ଗ୍ୟାସ କୁ ନେଇ ଲୋକେ ଭୟଭୀତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ୧୪ ହଜାର ଘରୋଇ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି । ଖାଉଟି ମାନେ ବିଚଳିତ ନହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି  । 

ସେ କହିଛନ୍ତି ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିଲା । ଏବେ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ ରେଷ୍ଟୁରାଣ୍ଟ ଓ ହୋଟେଲକୁ ସହଜରେ ଗ୍ୟାସ ମିଳିବ । ଏହାସହ ଆଉ ୧୦ ପ୍ରତିଶତ ବଢାଇବା ପାଇଁ ଆଲୋଚନା ଚାଲିଛି । କମର୍ସିଆଲ ଗ୍ୟାସ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବା ଆଶା କରାଯାଉଛି ।

ଆଜିଠାରୁ କମର୍ସିଆଲ ସଂସ୍ଥାମାନଙ୍କୁ ୪୦ ପ୍ରତିଶତ ଗ୍ୟାସ ଯୋଗାଣ ଆରମ୍ଭ ହେବ । କେନ୍ଦ୍ର ପକ୍ଷରୁ ଆଉ ୧୦ ପ୍ରତିଶତ ପାଇଁ କିଛି ସର୍ତ୍ତ ରହିଛି । ଯାହାକୁ ପୂରଣ କରିବାରେ ରାଜ୍ୟ ସରକାର କାମ କରୁଛନ୍ତି । ସାଧାରଣ ଗ୍ରାହକଙ୍କ ପାଇଁ ଗ୍ୟାସ ବଣ୍ଟନରେ କୌଣସି ଅସୁବିଧା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି  ।

ରାଜ୍ୟରେ ଗ୍ୟାସ ସଂକଟକୁ ନେଇ ଆଜି ବସିପାରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଭାଗୀୟ ସଚିବ, ଗ୍ୟାସ ବିତରକ ଏଜେନ୍ସିମାନେ ବୈଠକରେ ସାମିଲ ହେବେ।

ଅନ୍ୟପଟେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଣିକି ଆବେଦନ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ନୂଆ ପାଇପ୍ ପ୍ରାକୃତିକ ଗ୍ୟାସ୍ (PNG) କନେକ୍ସନକୁ ମଞ୍ଜୁରୀ ପ୍ରଦାନ କରାଯିବ । ଦେଶରେ ଗ୍ୟାସ୍ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଗ୍ରାହକଙ୍କୁ ତୁରନ୍ତ ସେବା ଯୋଗାଇଦେବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

Tags: