ତୈଳ ସଙ୍କଟ ମଧ୍ୟରେ ଘରୋଇ ବସ ଭଡା ବୃଦ୍ଧି

ସାଧାରଣରେ ୨ ପଇସା ଏବଂ ଏସିରେ ୪ ପଇସା ବୃଦ୍ଧି

ତୈଳ ସଙ୍କଟ ମଧ୍ୟରେ ଘରୋଇ ବସ ଭଡା ବୃଦ୍ଧି
Samaya Live News Picture
Published On

ଭୁବନେଶ୍ୱର : ତେଲ ଯନ୍ତ୍ରଣା ମଧ୍ୟରେ ଜନସାଧାରଣ ହନ୍ତସନ୍ତ ହେଉଥିବାବେଳେ ପୁଣି ବଢିଛି ଘରୋଇ ବସ ଭଡା । ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।  ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର୍ ପିଛା  ୨ ପଇସା ବଢ଼ିଥିବାବେଳେ ଡିଲକ୍ସ, ଏସି ଡିଲକ୍ସ ଓ ସୁପର ଡିଲକ୍ସ ବସ୍ ଭଡ଼ା ୪ରୁ ୬ ପଇସା ବୃଦ୍ଧି ପାଇଛି । ଏହି ନୂତନ ଭଡ଼ା ତୁରନ୍ତ ଲାଗୁ ହେବା ନେଇ ସୂଚନା ମିଳିଛି।ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।  

ସାଧାରଣ ବସ୍ ଭଡ଼ା କିଲୋମିଟର୍ ପିଛା ୮୮ ପଇସା ଥିବା ବେଳେ ବର୍ଦ୍ଧିତ ଦର ସହ ୯୦ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୯୨ ପଇସାରୁ ୯୪ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ବସ୍ ଭଡ଼ା ୧୨୭ ପଇସାରୁ ବୃଦ୍ଧି ପାଇ ୧୩୧ ପଇସା, ଏସି ଡିଲକ୍ସ ୧୫୫ ପଇସାରୁ ୧୫୯ ପଇସା ଓ ସୁପର ଡିଲକ୍ସ ଭଡ଼ା ୨୪୧ ପଇସାରୁ ୨୪୭ ପଇସାକୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଡିଜେଲ ଦରରେ କ୍ରମାଗତ ବୃଦ୍ଧି ଘଟିଛି। ଫଳରେ ବସ ମାଲିକ ସଂଘ ପକ୍ଷରୁ ଭଡ଼ା ବଢ଼ାଇବାକୁ ଦାବି ହୋଇଆସୁଥିଲା। ସରକାରଙ୍କ ଏହି ନିଷ୍ପତ୍ତି ପରେ ସାଧାରଣ ଯାତ୍ରୀଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ। ବିଶେଷ କରି ଦୂର ଯାତ୍ରୀମାନଙ୍କୁ ଏବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।

Tags: