ଆଜିଠାରୁ ୩ ଦିନ ଯାଏଁ ଚିଲିକାରେ ଡ଼ଲଫିନ ଗଣନା

ଆଜିଠାରୁ ୩ ଦିନ ଯାଏଁ ଚିଲିକାରେ ଡ଼ଲଫିନ ଗଣନା

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହେଲା ଡ଼ଲଫିନ ଗଣନା । ଆଜିଠାରୁ ୩ ଦିନ ଯାଏଁ ଚିଲିକାରେ ଡଲ୍‌ଫିନ୍ ଗଣନା କରାଯିବ । ଏଥିପାଇଁ ଦଙ୍ଗା ଚଳାଚଳ ବନ୍ଦ ରହିବ । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଙ୍ଗା ଏବଂ ସିଡିଏର ମିଳିତ ଆନୁକୂଲ୍ୟରେ ଆଜି ସକାଳ ୬ ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଡଲଫିନ ଗଣନା ନିମିତ୍ତ ସମୁଦାୟ ୨ଟି ରେଞ୍ଜକୁ ୩ଟି ସେକ୍ଟରରେ ଭାଗ କରାଯାଇ ୧୮ଟି ଟିମ୍ ନିୟୋଜିତ ହୋଇଛି। ତନ୍ମଧ୍ୟରୁ ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ ପ୍ରତି ଟିମ୍ରେ ୫ ରୁ ୬ ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ !

ଆସନ୍ତା ୨୨ ତାରିଖ ଦିନ ୧୨ଟା ଯାଏ ଚିଲିକାରେ ଡଙ୍ଗା ଏବଂ ଭସାପୋଲ ଚଳାଚଳ ବନ୍ଦ ରହିବ। ଏହି ଗଣନାରେ ୧୪୫ରୁ ଉର୍ଦ୍ଧ୍ୱ ବିଭାଗୀୟ କର୍ମଚାରୀ, ସ୍ୱେଚ୍ଛାସେବୀ, ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ ଅଣସରକାରୀ ସଂସ୍ଥା କର୍ମଚାରୀମାନେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର ବିଜେଡି ଛାଡିଲେ ରବୀନ୍ଦ୍ର ଜେନା

ସେହିପରି ସେଣ୍ଟ୍ରାଲ ସେକ୍ଟରରେ ୬ ଟି ଟିମ, ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରେ ଗୋଟିଏ ଟିମ୍ , ଆଉଟର ଚ୍ୟାନେଲରେ ୭ଟି ଟିମ ଗଣତି କରୁଛନ୍ତି । ପ୍ରତ୍ୟେକ ଟିମ୍ ରେ ବନବିଭାଗ କର୍ମଚାରୀ, CDA କର୍ମଚାରୀ, OUAT ଷ୍ଟୁଡେଣ୍ଟ, ମୋଟରବୋଟ କର୍ମଚାରୀ, ସୋସିଆଲ ୱାର୍କର ଓ ଗଣମାଧ୍ୟମ ପ୍ରତିନିଧି ରହିଛନ୍ତି। ବାଇନାକୁଲର, GPS, ଓ କ୍ୟାମେରା ବ୍ୟବହାର କରାଯାଇ ଗଣନା ଚାଲିଛି।
ଗଣନା କାର୍ଯ୍ୟରେ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । 

ସମ୍ବନ୍ଧିତ ଖବର ଆଇସକ୍ରିମ ଫାକ୍ଟ୍ରୀରେ ଭୟଙ୍କର ବିସ୍ଫାରଣ, ୧ ମୃତ ୨ ଆହତ

Tags: