ଡାକ୍ତରଙ୍କୁ ମାଡ଼ ଘଟଣା ,କଳା ବ୍ୟାଜ ପିନ୍ଧି ଡ୍ୟୁଟି କଲେ ଡାକ୍ତର

ଡାକ୍ତରଙ୍କୁ ମାଡ଼ ଘଟଣା ,କଳା ବ୍ୟାଜ ପିନ୍ଧି ଡ୍ୟୁଟି କଲେ ଡାକ୍ତର

ଭୁବନେଶ୍ୱର : ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ। କଳା ବ୍ୟାଜ ପିନ୍ଧି ଓପିଡିରେ ରୋଗୀ ଦେଖୁଛନ୍ତି ଜୁନିଅର ଡାକ୍ତର। ଏହା ସହିତ ଜୁନିୟର ଡାକ୍ତର ସଂଘ ଚେତାବନୀ ଦେଇଛି, ସରକାର ଡାକ୍ତରମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାନ୍ତୁ । ନ ହେଲେ ଓପିଡି ସେବା ବନ୍ଦ କରିବ ସଙ୍ଘ। ଏହି ଘଟଣାକୁ ନେଇ ସୁପରଟେଣ୍ଡେଣ୍ଟଙ୍କୁ ଭେଟିବ ସଂଘ। ରୋଗୀ ସେବା ନେଇ ଜେନେରାଲ ବଡି ମିଟିଂରେ ଆଲୋଚନା ବି ହେବ। କ୍ୟାପିଟାଲ ହସ୍ପିଟାଲରେ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ ପ୍ରତିବାଦ କରାଯିବ ବୋଲି ଜୁନିୟର ଡାକ୍ତର ସଂଘ। 

ସମ୍ବନ୍ଧିତ ଖବର କର୍ତ୍ତବ୍ୟର ଅବହେଳା ପାଇଁ ୩ ବନ କର୍ମଚାରୀ ନିଲମ୍ବିତ

ସୂଚନାନୁସାରେ,ଶୁକ୍ରବାର ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲରେ ଡ଼ାକ୍ତରଙ୍କୁ ଆକ୍ରମଣ ହୋଇଥିଲା  । ନିମାପଡ଼ାରୁ ରୋଗୀ ନେଇ ଆସିଥିବା ଜନୈକ ସମ୍ପର୍କୀୟ ଅର୍ଥୋପେଡ଼ିକ ଡାକ୍ତରଙ୍କୁ ରୋଗୀ ଦେଖାଇବାକୁ ଆସିଥିଲେ। ସମୟ ହୋଇଯାଇଥିବାରୁ କାଜୁଆଲିଟି ଯିବାକୁ କହିଥିଲେ ଡାକ୍ତର । ତେବେ ସେଠାରେ ଚିକିତ୍ସା ନପାଇ ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ଆକ୍ରମଣ କରିଥିଲେ ସମ୍ପର୍କୀୟ । ଆକ୍ରମଣରେ ଡାକ୍ତରଙ୍କ ହାତ ଭାଙ୍ଗିବା ସହ ଆଟେଣ୍ଡାଣ୍ଟ ଆହତ ହୋଇଥିଲେ  । ପରବର୍ତ୍ତୀ ସମୟରେ ନିମାପଡ଼ାରୁ ସମ୍ପର୍କୀୟଙ୍କୁ ଗିରଫ କରିଛି କ୍ୟାପିଟାଲ୍ ଥାନା ପୋଲିସ ।

ସମ୍ବନ୍ଧିତ ଖବର ବରିଷ୍ଠ ଆଇଏଏସ ସ୍ତରରେ ଅଦଳ ବଦଳ

ସେପଟେ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଭେଟି ବୁଝାସୁଝା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଏସ. ଅଶ୍ଵଥି। ସେ କହିଛନ୍ତି ଡାକ୍ତରଙ୍କ ସୁରକ୍ଷା ପାଇଁ ଆମେ ଯତ୍ନବାନ ଅଛୁ। ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି। ସବୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ। ଆଶା କରୁଛୁ, ସବୁ ଅଭିଯୁକ୍ତ ଗିରଫ ହେବେ। 

ସମ୍ବନ୍ଧିତ ଖବର ଆଖିବୁଜିଲା ଅସୁସ୍ଥ ମାଈ ହାତୀ

 

 

Tags: