ଦୁର୍ଗାପୂଜା ଭସାଣ ଶୋଭାଯାତ୍ରା ବେଳେ ଡିଜେ ମନା- ଭୁବନେଶ୍ୱର ଡିସିପି

ରାତି ୧୦ ପରେ ମ୍ୟୁଜିକ ବଜାଇବା ଉପରେ କଟକଣା

ଦୁର୍ଗାପୂଜା ଭସାଣ ଶୋଭାଯାତ୍ରା ବେଳେ ଡିଜେ ମନା- ଭୁବନେଶ୍ୱର ଡିସିପି
Samaya Live News Picture
Published On

ଭୁବନେଶ୍ୱର : ଦୁର୍ଗାପୂଜା ଭସାଣି ଓ ରାବଣପୋଡ଼ିକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ଦୁର୍ଗାପୂଜା ଭସାଣ ଶୋଭାଯାତ୍ରା ବେଳେ ଡିଜେ ବାଜିପାରିବ ନାହିଁ । ପୂଜାମଣ୍ଡପଗୁଡିକ ପାରମ୍ପରିକ ବାଦ୍ୟଯନ୍ତ୍ରରେ ଶୋଭାଯାତ୍ରା କରିବେ । ନିୟମ ନ ମାନି ଯଦି କୌଣସି ପୂଜା ମଣ୍ଡପ ଡିଜେ ବଜାନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ଚେତବାନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ଶର୍ବଣା ବିବେକ ଏମ । ମଙ୍ଗଳବାର ଏକ ସମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଡିସିପି କହିଥିଲେ ରାତି ୧୦ଟା ପରେ ଲାଉଡ୍ ସାଉଣ୍ଡକୁ ସୁପ୍ରିମକୋର୍ଟ ବାରଣ କରିଛନ୍ତି । ତେଣୁ କୋର୍ଟଙ୍କ ଗାଇଡ୍‌ଲାଇନ୍ସ ଅନୁସାରେ ହିଁ ମ୍ୟୁଜିକ ବାଜି ପାରିବ । ତା ଠୁ ଅଧିକ ଶବ୍ଦ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚଳିତବର୍ଷ ରାଜଧାନୀର ୯ଟି ସ୍ଥାନରେ ରବଣପୋଡ଼ି ପାଇଁ ଅନୁମତି ପ୍ରଦାନ କରାଯାଇଛି । ରାବଣ ପୋଡ଼ି ଓ ଭସାଣ କେମିତି ଶାନ୍ତି ଶୃଙ୍ଖଳାର ସହ ପରିଚଳିତ ହେବ ସେ ନେଇ ୪୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଯେଉଁମାନେ ମଦ୍ୟପାନ କରି ଗାଡ଼ି ଚଳାଇ ଧରାପଡିବେ, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି ।

Tags: