ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଘୋଷଣା
୩୦ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ୩୦ ନେତୃବୃନ୍ଦ
ଭୁବନେଶ୍ୱର : ନେତାଙ୍କୁ ମିଳିଲା ଜିଲ୍ଲା ଯୋଜନା କମିଟି ଦାୟିତ୍ୱ । ୩୦ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ୩୦ ନେତୃବୃନ୍ଦ । ଯୋଜନା କମିଟିରେ ୪ ଜଣ ମନ୍ତ୍ରୀ ଓ ୨୬ ଜଣ ବିଧାୟକଙ୍କୁ ଦାୟିତ୍ବ ମିଳିଛି । ରାୟଗଡା ଜିଲ୍ଲା ଡିପିସି ଅଧ୍ୟକ୍ଷ ହେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦେବଗଡ଼ ଦାୟିତ୍ୱ ମିଳିଥିବାବେଳେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ମିଳିଛି ସମ୍ବଲପୁର ଦାୟିତ୍ୱ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମିଳିଛି ଗଜପତି ଦାୟିତ୍ୱ ।
ସେହିପରି ,ଅନୁଗୁଳ- ଅଶୋକ ମହାନ୍ତି, ବଲାଙ୍ଗିର- ଲକ୍ଷ୍ମଣ ବାଗ୍, ବାଲେଶ୍ଵର- ପଦ୍ମଲୋଚନ ପଣ୍ଡା, ବରଗଡ଼- ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଭଦ୍ରକ- ସିତାଂଶୁ ଶେଖର ମହାପାତ୍ର, ବୌଦ୍ଧ- କହ୍ନାଇ ଚରଣ ଡାଙ୍ଗ, କଟକ- ଛବି ମଲ୍ଲିକ, ଢେଙ୍କାନାଳ- ସୀମାରାଣୀ ନାୟକ, ଏବଂ ଗଞ୍ଜାମ- ପୂର୍ଣ୍ଣଚନ୍ଦ୍ର ସେଠୀ ଦାୟିତ୍ୱରେ ଅଛନ୍ତି ।
ସେହିପରି ଜଗତସିଂହପୁର- ଅମରେନ୍ଦ୍ର ଦାସ, ଯାଜପୁର- ଆକାଶ ଦାସନାୟକ, ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ, କଳାହାଣ୍ଡି- ସୁଧିର ରଂଜନ ପାଟ୍ଟଯୋଶୀ, କନ୍ଧମାଳ- ଉମା ଚରଣ ମଲ୍ଲିକ, କେନ୍ଦ୍ରାପଡ଼ା- ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦୁଝର- ଫକୀର ମୋହନ ନାଏକ ଓ ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବଙ୍କ ଜିଲ୍ଲା ଯୋଜନା କମିଟିରେ ସାମିଲ ଅଛନ୍ତି ।
ସେହିପରି କୋରାପୁଟ- ରଘୁରାମ ମାଛ, ମାଲକାନଗିରି- ନରସିଂହ ମାଡକାମୀ, ମୟୂରଭଞ୍ଜ- ଭାସ୍କର ମଢେଇ, ନବରଙ୍ଗପୁର- ଗୌରୀଶଙ୍କର ମାଝୀ, ନୟାଗଡ଼- ଦୁଷ୍ମନ୍ତ କୁମାର ସ୍ୱାଇଁ, ନୂଆପଡ଼ା- ଜୟ ଢୋଲକିଆ, ପୁରୀ- ଓମ୍ ପ୍ରକାଶ ମିଶ୍ର, ରାୟଗଡ଼ା- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁର- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସୁବର୍ଣ୍ଣପୁର- ରଘୁନାଥ ଜଗଦଲା ଏବଂ ସୁନ୍ଦରଗଡ଼- ଦୁର୍ଗା ଚରଣ ତନ୍ତି ଦାୟିତ୍ୱରେ ରହିଛନ୍ତି ।



