ବୟସ୍କ ଏବଂ ପିଲାଙ୍କୁ ନେଇ ବାଲିଯାତ୍ରା ନଆସିବା ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ

ବୟସ୍କ ଏବଂ ପିଲାଙ୍କୁ ନେଇ ବାଲିଯାତ୍ରା ନଆସିବା ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ

କଟକ : କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ । ଆଜି ଐତିହାସିକ ବାଲିଯାତ୍ରାର ଶେଷ ରାତିଥିବାବେଳେ ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କ ଧରି ବାଲିଯାତ୍ରା ବୁଲି ନଆସିବା ପାଇଁ ଅନୁରୋଧ କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ।

Read More ଭିଜିବ ରାଜ୍ୟ,ଆଉ ଏକ ଲଘୁଚାପ ସମ୍ଭାବନା

ଶେଷ ରାତିରେ ଐତିହାସିକ ବାଲିଯାତ୍ରାକୁ ଆସୁଛନ୍ତି ବଲିଉଡ୍‌ ସୁପରଷ୍ଟାର ଗାୟିକା ଶ୍ରୀୟା ଘୋଷାଲ । ଗତକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ହେବାକୁ ଥିବା ରଙ୍ଗାରଙ୍ଗ ସଙ୍ଗୀତ ସଂଧ୍ୟାରେ ସାମିଲ ହେବେ ଶ୍ରେୟା ଘୋଷାଲ । ଯେଉଁଥିରେ ଲୋକଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି ।

Read More ବର୍ତ୍ତମାନ ହେବନାହିଁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ - ବିଜେପି ପ୍ରଭାରୀ

BBBBNB
ବୟସ୍କ ଏବଂ ପିଲାଙ୍କୁ ନେଇ ବାଲିଯାତ୍ରା ନଆସିବା ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ

ସେଥିପାଇଁ ପୁରା ବାଲିଯାତ୍ରା ପଡ଼ିଆରେ ଏଲ୍‌ଇଡି ସ୍କ୍ରିନ୍‌ର ବ୍ୟବସ୍ଥା କରାଯାଇଛି । ଛିଡ଼ା ହୋଇ ଦେଖିବାକୁ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେଣୁ ଭିଡ଼ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ବାଲିଯାତ୍ରା ପଡ଼ିଆ ନଆସିବା ପାଇଁ ଅନୁରୋଧ କରିଛନ୍ତି କଟକ ଜିଲ୍ଲାପାଳ । 

Read More ନିରବି ଗଲେ ହ୍ୟୁମାନ,ଜନ୍ମ ମାଟିରେ ହେବ ଶେଷକୃତ୍ୟ

Tags: