ମୋକିମଙ୍କୁ ଭେଟିଲେ ଦିଲ୍ଲୀପ ରାୟ
କଟକ : ମହମ୍ମଦ ମୋକିମ ଓ ବିଧାୟିକା ସୋଫିଆ ଫିରଦୋଷଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ । ମୋକିମଙ୍କ ବାସଭବନରେ ସାକ୍ଷାତ କରି ରାଜ୍ୟସଭା ନିର୍ବାଚନ ପାଇଁ ସୋଫିଆ ଭୋଟ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ମୋକିମ ଓ ସୋଫିଆଙ୍କ ସହଯୋଗରେ ଜିତିଲି ବୋଲି କହିଛନ୍ତି ଦିଲ୍ଲୀପ ରାୟ । ସେ କହିଛନ୍ତି ଏହା କୌଣସି ରାଜନୈତିକ ଗସ୍ତ ନୁହେଁ। ଦିଲ୍ଲୀପ ରାୟଙ୍କ ସହିତ ସମ୍ପର୍କ ବହୁ ପୁରୁଣା। କଟକ ଚଣ୍ଡୀଙ୍କ ଦର୍ଶନ ପାଇଁ ଆସିଥିଲି । ତେଣୁ ଫୋନ କରି ମୋକିମଙ୍କ ଘରକୁ ଧନ୍ୟବାଦ ଜଣାଇଛି । ସୋଫିଆ କଂଗ୍ରେସ ଟିକେଟରେ ଜିତିଛନ୍ତି । ୨୦୨୯ ପର୍ଯ୍ୟନ୍ତ ସେ କଂଗ୍ରେସ ବିଧାୟିକା ହୋଇ କାମ କରିବେ । ନିକଟ ଭବିଷ୍ୟତରେ ଟେକ୍ନିକାଲି ସେ କୁଆଡେ ଯିବେ ନାହିଁ। ୨୦୨୯ ପରେ ସୋଫିଆ ଯଦି କୁଆଡେ ଯିବେ, ତେବେ ଓଡ଼ିଶା ଜନତା କଂଗ୍ରେସକୁ ହିଁ ଯିବେ” ବୋଲି ପ୍ରତିକ୍ରିୟା ଦେଇଛନ୍ତି ମହମ୍ମଦ ମୋକିମ ।
Tags:



