ଦିଲ୍ଲୀପ ରାୟ ଜଣେ ଅନୁଭବି ନେତା - ମନମୋହନ

ଦିଲ୍ଲୀପ ରାୟ ଜଣେ ଅନୁଭବି ନେତା - ମନମୋହନ

ଭୁବନେଶ୍ୱର : ଦିଲ୍ଲୀପ ରାୟଙ୍କୁ ବିଜେପିର ସମର୍ଥନ । ଦିଲ୍ଲୀପ ରାୟଙ୍କୁ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ।  ଦିଲ୍ଲୀପ ଜଣେ ଅନୁଭବୀ ନେତା, ସେ ପୂର୍ବରୁ ବିଧାୟକ, କେନ୍ଦ୍ର ମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ସମସ୍ତଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଛି । ସେ ଜାଣିଛନ୍ତି କଣ କରିବେ । ଦିଲ୍ଲୀପଙ୍କ ପାଇଁ ୧୦ ବିଜେପି ବିଧାୟକ ପ୍ରସ୍ତାବକ ରହିବେ । କିଏ କାହାକୁ ସମର୍ଥନ କରିବ ଏବଂ ଆଗକୁ କଣ ହେବ ଧୀରେ ଧୀରେ ତାହା ଜଣାପଡିବ ।

ସମ୍ବନ୍ଧିତ ଖବର ବଦଳିବ ଇଂରାଜୀ ନାଁ

ସୂଚନାନୁସାରେ, ଆଜି ନାମାଙ୍କନ ଭରିବାର ଶେଷ ତାରିଖ | ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ କରିବେ ଦୁଇ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର । ତୃତୀୟ ଆସନ ପାଇଁ ବିଜେଡିର ସଂତୃପ୍ତ ମିଶ୍ର ପ୍ରାର୍ଥୀ ହୋଇଛନ୍ତି । ଚତୁର୍ଥ ଆସନ ପାଇଁ ଲଢେଇ ରୋଚକ ହେବ । ଚତୁର୍ଥ ଆସନରେ ଦତ୍ତେଶ୍ବର ହୋତା ବନାମ ଦିଲ୍ଲୀପ ରାୟ ଅଛନ୍ତି । ବିଜେଡି ଓ କଂଗ୍ରେସ କମନ କ୍ୟାଣ୍ଡେଟ ପ୍ରାର୍ଥୀ ଦତ୍ତେଶ୍ବରକୁ ସମର୍ଥନ ଦେବେ । ସେହିପରି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ। ତାଙ୍କୁ ବିଜେପି ସମର୍ଥନ କରିଛି ।

ସମ୍ବନ୍ଧିତ ଖବର ମର୍ମନ୍ତୁଦ କାର ଦୁର୍ଘଟଣା ଜଣେ ମୃତ ଚାରି ଆହତ

Tags: