ପାରାଦୀପ ପୋର୍ଟ ଡିଟିଏମ ଙ୍କ ଘରେ ସିବିଆଇ ଚଢ଼ାଉ

ପାରାଦୀପ ପୋର୍ଟ ଡିଟିଏମ ଙ୍କ ଘରେ ସିବିଆଇ ଚଢ଼ାଉ
Samaya Live News Picture
Published On

ପାରାଦୀପ : ପାରାଦୀପ ବନ୍ଦରର ଡେପୁଟି ଟ୍ରାଫିକ ମ୍ୟାନେଜର (DTM)ଙ୍କ ଘରେ ସିବିଆଇ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଟ୍ରାଫିକ ମାନେଜର ଶ୍ରୀମାନ ନାରାୟଣ ମିଶ୍ରଙ୍କ ଘରେ ଚଢ଼ାଉ କରିଛି ସିବିଆଇ । ପାରାଦୀପ ସମେତ କୁଜଙ୍ଗ, ଏରସମା ଏବଂ ଭୁବନେଶ୍ୱରର ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ପାରାଦୀପ ସ୍ଥିତ ସରକାରୀ କ୍ୱାର୍ଟର୍ସ ଓ ଉଦୟବଟ ବାସଭବନ, କୁଜଙ୍ଗର ନିହାରୁଣୀ, ଏରସମାର ବାମଦେଇପୁର ଏବଂ ଭୁବନେଶ୍ୱରର ରଘୁନାଥପୁର ସ୍ଥିତ ଘରେ ସିବିଆଇ ଅଧିକାରୀମାନେ ତନାଘନା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୮ଟି ସ୍ଥାନରେ ପ୍ରାୟ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସଂପତ୍ତି ଠାବ ହୋଇଛି । ପୂର୍ବରୁ ଲୋକାୟୁକ୍ତ ଓ ଇଡିରେ ଅଭିଯୋଗ ହୋଇଥିଲା । ଏନେଇ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସିବିଆଇ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

 

 

Tags: