ଆଜିଠାରୁ ଡିଜିଟାଲ ଜନଗଣନା, ଘରକୁ ଘର ବୁଲି ଗଣନା କରିବେ ଅଧିକାରୀ

ଆଜିଠାରୁ ଡିଜିଟାଲ ଜନଗଣନା, ଘରକୁ ଘର ବୁଲି ଗଣନା କରିବେ ଅଧିକାରୀ
Samaya Live News Picture
Published On

ଭୁବନେଶ୍ୱର : ଏପ୍ରିଲ ୧ରୁ ୧୫ଦିନ ଧରି ସ୍ଵ- ଗଣନା ପରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଆଜି ଠାରୁ ଘରକୁ ଘର ବୁଲି ଜନଗଣନା କରିବେ ଅଧିକାରୀ । ପ୍ରଥମ ୩ ଦିନ କ୍ଷେତ୍ର ପରିଦର୍ଶନ କରିବେ ଏବଂ ୧୯ ତାରିଖରୁ ଘରକୁ ଘର ଯାଇ ଜନତାଙ୍କ ତଥ୍ୟ ଆଣିବେ ଅଧିକାରୀ । ମ୍ୟାପରେ ଘରର ସଂଖ୍ୟା ସହ ଘରର ତଥ୍ୟ ସଂଗ୍ରହ କରାଯିବ । ପୋର୍ଟାଲ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ୩୩ଟି ପ୍ରଶ୍ନର ଉତ୍ତର ନେଇ ତଥ୍ୟ ଗ୍ରହଣ କରିବେ ଅଧିକାରୀ । ଘର ଘର ବୁଲି ଜନଗଣନା କରିବେ ୯୦ ହଜାର ୨୦୦ ଅଧିକାରୀ ।

ଆଜିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଅଂଶରେ ଘର ଘର ବୁଲି ଜନଗଣନା ଅଧିକାରୀମାନେ କାର୍ଯ୍ୟ ଆରମ୍ଭ କରିବେ। ଏହି ପର୍ଯ୍ୟାୟ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।ଗଣନା ପାଇଁ ନିଯୁକ୍ତ ହୋଇଛନ୍ତି ୧୫,୧୪୦ ସୁପରଭାଇଜର୍ । ପ୍ରତି ଜନଗଣନା ଅଧିକାରୀ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବେ।ଜଣେ ଅଧିକାରୀ ୨୦୦ରୁ ୨୨୦ଟି ଘର ଗଣତି କରିବେ । ଘର ଗଣିବା ସହ ନମ୍ବରିଂ କରିବେ ଓ ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ କରିବେ । ଆଜିଠୁ  ମେ’୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜିଟାଲ୍ ଜନଗଣନା।  ପ୍ରାଥମିକ ସ୍କୁଲ୍ ଶିକ୍ଷକ-ଜନଗଣନା ଅଧିକାରୀ ଓ ହାଇସ୍କୁଲ୍ ଶିକ୍ଷକ-ସୁପରଭାଇଜର୍ ରହିଛନ୍ତି ।

ପ୍ରଥମେ ଏପ୍ରିଲ୍ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱ-ଗଣନା (Self-Enumeration) ଚାଲିଥିଲା । ଏଥିରେ ନାଗରିକମାନେ ଘରେ ବସି ଅନଲାଇନ୍ ପୋର୍ଟାଲ୍ (se.census.gov.in) ମାଧ୍ୟମରେ ନିଜ ପରିବାରର ତଥ୍ୟ ଦାଖଲ କରିପାରିଥିଲେ। ଅନେକ ଲୋକ ଏହି ପୋର୍ଟାଲ ମାଧ୍ୟମରେ ନିଜ ତଥ୍ୟ ପଞ୍ଜିକୃତ କରିଛନ୍ତି । ଏହି ଅନଲାଇନ୍ ତଥ୍ୟକୁ ପରେ ଘରକୁ ଘର ବୁଲି ଯାଇ ଯାଞ୍ଚ କରାଯିବ। 

 

 

Tags: