ଆଜିଠାରୁ ଡିଜିଟାଲ ଜନଗଣନା ଆରମ୍ଭ

ରାଜ୍ୟପାଳଙ୍କ ଠାରୁ ପ୍ରଥମେ ଆରମ୍ଭ ହେବ ସ୍ଵ-ଗଣନା

ଆଜିଠାରୁ ଡିଜିଟାଲ ଜନଗଣନା ଆରମ୍ଭ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ସାରା ଦେଶରେ ଏକାସାଙ୍ଗରେ ପ୍ରକ୍ରିୟା ଆରମ୍ଭ । ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟିଙ୍କ ଠାରୁ ପ୍ରଥମେ ଆରମ୍ଭ ହେବ ସ୍ଵ-ଗଣନା । ଏହାପରେ ବିଏମସି ମେୟରଙ୍କ ଗଣନା କରାଯିବ । ଏହାପରେ ଅନ୍ୟତ୍ର ଗଣନା କରାଯିବ । ଏହି ଜନଗଣନା ସମୟରେ ଗୃହ କର୍ତ୍ତାଙ୍କୁ ୩୪ ଟି ପ୍ରଶ୍ନ ପଚାରିବେ ଜନଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ପ୍ରତିନିଧି । ଚଳିତ ଥର ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯିବ । 

ପ୍ରଥମ ୧୫ ଦିନ ସ୍ବଗଣନା ହେବ । ଏପ୍ରିଲ ୧୬ ତାରିଖଠାରୁ ମେ ୧୫ ତାରିଖ ଯାଏ ଜନଗଣନାକାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ବୋଲି ସରକାର ସୂଚନା ଦେଇଛନ୍ତି ।

ଆଜି ଠାରୁ ପ୍ରଥମେ ସ୍ବଗଣନା ବା ସେଲ୍ଫ ଏନୁମରେସନ ଆରମ୍ଭ ହୋଇଛି । se.census.gov.in ପୋର୍ଟାଲକୁ ଯାଇ ବା ଏହାର ମୋବାଇଲ ଆପ୍ ରେ ନିଜେ ନିଜର ତଥ୍ୟ ଦେଇପାରିବେ । ତେବେ ସେଲ୍‌ଫ ଏନୁମରେସନ ବା ପୋର୍ଟାଲରେ ସ୍ୱଗଣନା ବାଧ୍ୟତାମୂଳକ ନୁହେଁ । କିନ୍ତୁ ଯେଉଁମାନେ ଏହାକୁ କରି ନିଜ ତଥ୍ୟ ଦେଇଥିବେ ସେମାନଙ୍କୁ ଆଉ ଜନଗଣନାରେ ସାମିଲ ହେବାକୁ ପଡ଼ିବନି । କେବଳ ଜନଗଣନା କରୁଥିବା ଅଧିକାରୀଙ୍କୁ ନିଜର ରେଫରେନ୍ସ ନମ୍ବର ଦେବାକୁ ହେବ । ଜନଗଣନା କରୁଥିବା ଅଧିକାରୀଙ୍କୁ ଠିକ୍ ଓ ନିର୍ଭୁଲ ତଥ୍ୟ ଦେବାକୁ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି ।

ସବୁଠୁ ବଡ଼ କଥା ହେଉଛି ଜନଗଣନା ପ୍ରକ୍ରିୟାରେ ଏସ୍ଇଆରକୁ ସାମିଲ କରାଯିବନି । ଭୋଟର ତାଲିକା ସଂଶୋଧନ ନେଇ ହେବାକୁ ଥିବା ଏସ୍‌ଆଇଆରକୁ ଏବେ ପାଇଁ ସ୍ଥଗିତ ରଖାଯାଇଛି । ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଏହା କିଛି ଦିନ ପାଇଁ ସ୍ଥଗିତ ରହିଛି ।

 

Tags: